
ବାସ୍ତବବ୍ୟୁରୋ:ବିଳମ୍ବିତ ରାତିରେ ପଡୋଶୀ ଦେଶ ନେପାଳରେ ୬ .୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଯାହାର କମ୍ପନ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଦିଲ୍ଲୀ ବ୍ୟତୀତ ଲକ୍ଷ୍ନୌ,ନୋଏଡା, ଗାଜିଆବାଦରେ ମଧ୍ୟ ଭୂକଂପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ନଭେମ୍ବର ୯ ରେ ରାତି୧ .୫୭ ସମୟରେ ଏହି ଭୂକମ୍ପ ଘଟିଥିଲା। ଯାହାର ଗଭୀରତା ଭୂମିଠାରୁ୧୦ କିଲୋମିଟର ତଳେ ଥିଲା |ଏହି ଭୂକମ୍ପ କେନ୍ଦ୍ର ନେପାଳର ମଣିପୁରର ଉତ୍ତରାଖଣ୍ଡର ପିଥୋରାଗଡର ୯୦କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଥିଲା।

ନେପାଳର ଦୋଟିରେ ୬ ଜଣଙ୍କର ମୃତ୍ୟୁ
ଏହା ପରେ ନେପାଳରେ ଅପରାହ୍ନ ୩.୧୫ ରେ ପୁଣି ଏକ ଭୂକମ୍ପ ରେକର୍ଡ କରାଯାଇଥିଲା, ଯାହାର ମାପ ୩.୬ ଥିଲା। ନେପାଳ ପୋଲିସର ସୂଚନାନୁସାରେ, ଅପରାହ୍ନ ୨ ଟାରେ ହୋଇଥିବା ଭୂକମ୍ପ ଯୋଗୁଁ ନେପାଳର ଦୋଟି ଜିଲ୍ଲାରେ ଏକ ଘର ଭୁଶୁଡ଼ିବା ପରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ନେପାଳର ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଦୂର-ପଶ୍ଚିମ ଅଞ୍ଚଳରେ ତିନୋଟି ଭୂକମ୍ପରେ କମ୍ପନ ରେକର୍ଡ କରାଯାଇଛି।