ପଦ୍ମପୁର ପ୍ରଚାର: ମୈଦାନକୁ ଓହ୍ଲାଇବେ ବିଜେପି ର ଷ୍ଟାର ପ୍ରଚାରକ….

Jj

ବାସ୍ତବ ବ୍ୟୁରୋ : ଆସନ୍ତାକାଲିଠୁ ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଦଳର ହେଭିୱେଟ୍ ନେତାମାନେ ପ୍ରଚାର ମୈଦାନ ରେ ଓଲେଇବେ ।

ଆଜି ବିଜେପି ପାଇଁ ପ୍ରଚାର ମୈଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ଆଦି ପ୍ରଚାର କରିଛନ୍ତି ।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ପ୍ରସାଦ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ୨୭ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।ପଦ୍ମପୁରବାସୀଙ୍କୁ ଫସଲବୀମା ଓ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଭ୍ରାନ୍ତିକର ମିଥ୍ୟା ସୂଚନା ଦେଇ ଶାସକ ବିଜେଡି ଭୋଟ ହାତେଇବାକୁ ଯେଉଁ ଉଦ୍ୟମ କରିଛି ତା’ର ପର୍ଦ୍ଦାଫାସ୍ ଓ ଲୋକଙ୍କୁ ସତ ଜଣାଇବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ଓ ଶ୍ରୀ ବୈଷ୍ଣବ ଆସିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବସ୍ତି ଉଚ୍ଛେଦ ଅଭିଯାନ ବିରୁଦ୍ଧରେ ବସ୍ତିବାସିନ୍ଦାମାନେ ଆଇନ ସହାୟତା ଲାଗି "କ୍ଲାପ୍"ର ସାହାଯ୍ୟ ଲୋଡିଲେ…

Fri Nov 25 , 2022
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ବସ୍ତି ଉଚ୍ଛେଦ ଅଭିଯାନ ବିରୁଦ୍ଧରେ କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁର ଅଞ୍ଚଳର ହରିଣ ପାର୍କ ନିକଟରେ ଥିବା ବସ୍ତିର ଶତାଧିକ ବାସିନ୍ଦା ଏକାଠି ହୋଇ ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଆଇନ୍ ସହାୟତା ଲାଗି କଟକ ମହାନଗର ନିଗମର ମର୍କତନଗରସ୍ଥିତ ସେକ୍ଟର -୬ ରେ ଥୂବା ମାଗଣା ଆଇନ୍ ସହାୟତା କେନ୍ଦ୍ର (କ୍ଲାପ୍)ର ଦ୍ବାରସ୍ଥ ହୋଇଛନ୍ତି। ଏହି ଅସହାୟ […]

You May Like

Pin It on Pinterest