ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ

ବାସ୍ତବ ବ୍ୟୁରୋ : ଆଜିଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ। ଏହି ମହୋତ୍ସବ ୨୮ ତାରିଖ ଯାଏ ଚାଲିବ। ବଲିଉଡ ଓଲିଉଡ କଳାକାରଙ୍କର ଏହି ମହୋତ୍ସବରେ ସମାଗମ ହୋଇଥାଏ।  କରୋନାର ଦୁଇ ବର୍ଷ ପରେ ବେଳାଭୂମି ମହୋତ୍ସବ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହେବାର ସମ୍ଭାବନା। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ରହିବେ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ଏଥର ମହୋତ୍ସବରେ ୨୫୦ଟି ଷ୍ଟଲ ଖୋଲିବା ସହ ରାଜ୍ୟ  ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନାର ସତର୍କତା ନେଇ ନିର୍ଦ୍ଦେଶ ଆସିବା ପରେ ମହୋତ୍ସବ ପାଳନ ନେଇ ଆଶଙ୍କା ଦେଖାଦେଇଛି। ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୩୩ ତମ ବାର୍ଷିକୋତ୍ସବ ପାଳନ ଅବସରରେ ବହୁ ପ୍ରଶଂସିତ କଟକର ଶିଶୁ ଭାରତୀ ଉଚ୍ଚ ବିଦ୍ୟାଳୟ...

Sat Dec 24 , 2022
ସଂଜୟ ଶତପଥୀ(କଟକ): ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ତଥା ବିଶେଷ କରି କଟକ ଜିଲ୍ଲାର ଶିକ୍ଷାର ବିକାଶ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିଥୂବା ଏବଂ ଏକ ଘରୋଇ ବିଦ୍ୟାଳୟ ଭାବରେ ଦୀର୍ଘ ୩୫ ବର୍ଷ ଧରି ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଶିକ୍ଷା,କଳା ଓ ସଂସ୍କୃତି ର ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ‌ଜାରି ରଖୂଥୂବା କଟକ ତେଲେଙ୍ଗା ବଜାରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିଶୁ ଭାରତୀ ଉଚ୍ଚ […]

You May Like

Pin It on Pinterest