‘ଏମ୍‌ସ୍‌’ ହସ୍ପିଟାଲରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ..

ବାସ୍ତବ ବ୍ୟୁରୋ: ‘ଏମ୍‌ସ୍‌’ ହସ୍ପିଟାଲରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ତାଙ୍କୁ ‘ଏମ୍‌ସ୍‌’ର ଏକ ‘ପ୍ରାଇଭେଟ୍‌ ୱାର୍ଡ’ରେ ଭର୍ତ୍ତି କରାଯାଇଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଅର୍ଥମନ୍ତ୍ରୀଙ୍କ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ନିଆଯାଇଛି। “କିଛି ଗମ୍ଭୀର ନୁହେଁ। ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଦିଆଯାଉଛି। ଖୁବଶୀଘ୍ର ଏମ୍ସ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବୟାନ ଜାରି କରିବେ ।

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷୀକି ଅବସରରେ ସଦୈବ ଅଟଳ ସ୍ଥଳପରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଶାସନର ପ୍ରତାରଣା ପ୍ରତିବାଦରେ ଧବଳେଶ୍ବରଙ୍କ ପୀଠ ପୂଜକ‌ମାନଙ୍କର ରାସ୍ତା ରୋକ ଆନ୍ଦୋଳନ...

Mon Dec 26 , 2022
ସଂଜୟ ଶତପଥୀ(କଟକ):ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପୀଠରେ ଆବାହମାନ କାଳରୁ ପ୍ରଭୁଙ୍କର ଦୈନିକ ନିତି କାନ୍ତି କାର୍ଯ୍ୟ ସମାପନ କରି ଦର୍ଶନାର୍ଥୀଙ୍କ ଦାନ ଦକ୍ଷିଣା ରେ‌ ନିଜ ନିଜର ପରିବାରର ପ୍ରତିପୋଷଣ କରୁଥିବା ବ୍ରାହ୍ମଣ ପୂଜକମାନେ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପୀଠକୁ ରାସ୍ତା ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରକାଶ ଥାଉକି,ଶ୍ରୀ ଧବଳେଶ୍ବର ଙ୍କ ପୀଠକୁ ସଂଯୁକ୍ତ […]

You May Like

Pin It on Pinterest