ଜି-୨୦ ରାଷ୍ଟ୍ରସମୁହ ଶକ୍ତିମନ୍ତ୍ରୀ ସମ୍ମିଳନୀ ରେ ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଗୁରୁତ୍ୱ…

ବାସ୍ତବ ବ୍ୟୁରୋ-ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ଏବେ ସମ୍ମୁଖୀନ ହୋଇଛି । ଏହି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଏକାନ୍ତ ଆବଶ୍ୟକ । ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଜନସାଧାରଣଙ୍କ ନିମନ୍ତେ, ବିଭିନ୍ନ ବ୍ୟବସ୍ଥା କରିଅଛି । ଦେଶରେ ଏଲପିଜି ବ୍ୟତିର ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍‌ ହୋଇଛି । ଦେଶର ୮୦.୩ ମିଲିୟନରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତି କରିଛନ୍ତି । ଦେଶରେ ୨୩ ବିଲିୟନ ଡଲାର ଆର୍ଥିକ ପ୍ୟାକେଜରେ ମାଗଣା ଏଲପିଜି ଯୋଗାଣ କାରଣରୁଏହାର ଚାହିଦା ଦେଶରେ ବଢିଛି । ଭାରତରେ ବଢୁଥିବା ଏଲପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ମିତ୍ର ରାଷ୍ଟ୍ରଗୁଡିକ ପୂରଣ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ସମ୍ମିଳନୀ ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ସାଉଥ କୋରିଆ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡଏବଂ ୟୁରୋପୀୟ ଦେଶଗୁଡ଼ିକ ଯୋଗ ଦେଇଥିଲେ ।

ଏଇ ଅବସର ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ପାଇଁ ଉଚିତ୍ ‌ମୂଲ୍ୟ ତଥା ଭାରତ ପରି କ୍ରୟ କରୁଥିବା ଦେଶମାନଙ୍କ ପାଇଁ କଷ୍ଟ ନହେବା ପରି ମୂଲ୍ୟ ନେବା ଉପରେ ଗୁରୁତ୍ବାରୋପ କରିଥିଲେ ।  

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଲ ଖବର:ସୁସ୍ଥ ହେଲେ ୧୦ କରୋନା ରୋଗୀ

Sat Apr 11 , 2020
ବାସ୍ତବ ବ୍ୟୁରୋ- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢୁଥିବା ବେଲେ,ଏକ ଭଲ ଖବର ସାମନ୍ନାକୁ ଆସିଛି । ୧୦କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କର ନମୁନା ରିପୋର୍ଟ ନେଗଟିଭ୍ ଆସିଛି । ୧୦ଜଣଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ଭଦ୍ରକର ଅଛନ୍ତି । ସେହିପରି ଜଣେ କଟକ, ଭଦ୍ରକ , ଯାଜପୁର ଓ ପୁରୀର ଆକ୍ରାନ୍ତ ଥିବା କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ସୁସ୍ଥ ହୋଇଥିବା ନେଇ […]

You May Like

Pin It on Pinterest