
ସଂଜୟ ଶତପଥୀ(କଟକ)୨୮।୧୨ : କଟକ ୪୭ନଂ ୱାର୍ଡ ସ୍ଥିତ ମହାନଦୀ ବିହାର ବରିଷ୍ଠ ନାଗରିକ ମଂଚର ଅଷ୍ଟମ ବାର୍ଷିକୋତ୍ସବ
ସଭାପତି ରବିନ୍ଦ୍ର ନାଥ ମହାନ୍ତିଙ୍କ ସଭାପତିତ୍ଵରେ ମହାନଦୀବିହାର ସ୍ଥିତ ମହାନଦୀ ଭବନଠାରେ ଅନୁଷ୍ଠିତହୋଇଯାଇଛି । ଏହି ବାର୍ଷିକୋତ୍ସବରେ ଚୌଦ୍ଵାର କଟକ ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଅମୂଲ୍ୟ ସମ୍ପଦ ।ତେଣୁ ଏହି ସମ୍ପଦକୁ ସଦା
ସର୍ବଦା ଯତ୍ନ ନେବା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବରିଷ୍ଠ ନାଗରିକ ମଂଚର ସଭ୍ୟମାନଙ୍କ ଦ୍ବାରା ରଚିତ ‘ବନ୍ଦେ ବରିଷ୍ଠ’ ସ୍ମରଣିକା ଉନ୍ମୋଚିତ କରାଯାଇଥିଲା ।
ଏହି ଅବସରରେ ବୟୋଜ୍ୟୋଷ୍ଠା ମହିଳା ନୟନାପ୍ରଭା ଜେନା ଓ ଅଚ୍ୟୁତାନନ୍ଦ ପରିଡାଙ୍କୁ ‘ବନ୍ଦେ ବରିଷ୍ଠ ’ସମ୍ମାନ ପ୍ରଦାନ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ମନୋରଞ୍ଜନ ନିମନ୍ତେ ଗଣକବି ବୈଷ୍ଣବ ପାଣୀଙ୍କ ଦ୍ବାରା ରଚିତ ବିନୋଦ ବିହାରୀ କଳାପରିଷଦର କଳାକାରଙ୍କ ଦ୍ଵାରା ଗିତୀନାଟ୍ୟ ‘କର୍ଣ୍ଣାର୍ଜୁନ’ ପରିବେଷଣ କରାଯାଇଥିଲା ।

ଏହି ଉତ୍ସବରେ ସମ୍ପାଦକ ଭାଗିରଥୀ ସାମଲ ହଜାର ବର୍ଷର କଟକ ସହର ଓ ମହାନଦୀବିହାର ବିଭିନ୍ନ ସମସ୍ୟା ଓ ବରିଷ୍ଠ
ନାଗରିକଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟା ଓ ତାର ନିରାକରଣ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୂର୍ତ ସଚିବ ଇଂ ଗୋପାଳ କୃଷ୍ଣ ବେହେରା, ଉପଦେଷ୍ଠା ଯଦୁନାଥ ମହାପାତ୍ର, ଯୁଗ୍ମ ସମ୍ପାଦକ ପ୍ରହ୍ଲାଦ ମହାନ୍ତି, କୋଷାଧକ୍ଷ ଶରତ ଚନ୍ଦ୍ର ମହାନ୍ତି, ସଭ୍ୟ ନିକୁଜଂ ବିହାରୀ ରଥ, ଟି ସୁବାରାଓ, ବିଷ୍ଣୁ ପ୍ରସାଦ କର,ପ୍ରମୋଦ କୁମାର ଦାସ, ଚତୁର୍ଭୁଜ ମହାପାତ୍ର, ପ୍ରଶାନ୍ତ ପ୍ରଧାନ, ବିଚିତ୍ରାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ରିବନ୍ଦ୍ର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।