
ସଂଜୟ ଶତପଥୀ(କଟକ): ଆଜି ତା ୨୨/୦୧/୨୦୨୩ ରିଖ ଦିନ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, ଓଡ଼ିଶାର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ମହାସମାରୋହରେ ଭୁବନେଶ୍ୱରର ଫରେଷ୍ଟ ପାର୍କସ୍ଥିତ ସଂଘ କାର୍ଯ୍ୟାଳୟ ଗୃହ ରେ ରାଜ୍ୟର ବହୁ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ରଜନୀକାନ୍ତ ସାମନ୍ତରାୟ।
ସଂଘର ନିୟମାବଳୀ ଅନୁଯାୟୀ ନିର୍ବାଚନ ଅଧିକାରୀ ରୂପେ ଶ୍ରୀ ନୃପକେଶରୀ ପଟ୍ଟନାୟକ ଓ ଆଇନଜୀବୀ ସଙ୍ଗୀତା ପଟ୍ଟନାୟକ ଯୋଗଦେଇଥିଲେ। ନିର୍ବାଚନ ଅଧିକାରୀ ଦ୍ବୟଙ୍କ ଘୋଷଣାନୁଯାୟୀ ସଂଘର ରାଜ୍ୟ ସଭାପତି ଭାବେ ଶ୍ରୀ ସଞ୍ଜୟ ଦାସ, ଉପ-ସଭାପତି ଭାବେ ଶ୍ରୀ ପ୍ରଭାତ ପୃଷ୍ଟି, ସାଧାରଣ ସମ୍ପାଦକ ଶ୍ରୀ ହୃଷୀକେଶ ମହାନ୍ତି,ଯୁଗ୍ମ-ସମ୍ପାଦକ ଶ୍ରୀମତୀ ରୀନା ଗଡ଼ନାୟକ, ଶ୍ରୀ ଶ୍ରୀଧର ପରିଡ଼ା, ସଂଗଠନ ସମ୍ପାଦକ ଶ୍ରୀ ରଜନୀକାନ୍ତ ମିଶ୍ର, କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ଅଧୀର ନନ୍ଦ,ହିସାବ ସମୀକ୍ଷକ ଶ୍ରୀ କାମିନୀ କୁମାର ସ୍ବାଇଁ ଙ୍କ ସହ କାର୍ଯ୍ୟକାରୀ ସଦସ୍ୟ (କୋର୍ କମିଟି) ଭାବେ ଶ୍ରୀ ରବିନ୍ଦ୍ର ନାଥ ମହାପାତ୍ର, ଯାଜପୁର,ବ୍ରାହ୍ମୀ ପ୍ରିୟା ସାମନ୍ତରାୟ, ଭୁବନେଶ୍ୱର, ଶ୍ରୀ ଶରତ ବାରିକ, ଖୋର୍ଦ୍ଧା,ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ, ପୂର୍ବତନ ସମ୍ପାଦକ, କଟକ ଜିଲ୍ଲା ଶ୍ରୀ ଦୁର୍ଲଭ ଚରଣ ପାତ୍ର, ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର,ପୁରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ନୂତନ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ବାଗତ କରାଯାଇଥିଲା।
ଉପସ୍ଥିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ନବନିର୍ବାଚିତ ସଭାପତି ଓ ସମ୍ପାଦକ ବର୍ତ୍ତମାନ କାର୍ଯ୍ୟରତ ସାମ୍ବାଦିକମାନେ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଲାଞ୍ଛନାର ଶୀକାର ହେଉଥିବା, କିଛି ଅର୍ଥ ଦେଇ ନିଜର ସ୍ବାର୍ଥ ଲାଗି ନିଜ ନାମରେ ସାମ୍ବାଦିକ ପରିଚୟପତ୍ର ହାତେଇବା ସହ ଗାଡ଼ିରେ “ପ୍ରେସ୍” ଲେଖି ବୁଲିବା ଯୋଗୁଁ ହିଁ ସାମ୍ବାଦିକମାନେ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।ଏଥୂଲାଗି ବିହିତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା, ମାନନୀୟ ନିର୍ଦ୍ଦେଶକ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଶା, ମାନନୀୟ ଆରକ୍ଷୀ ମହାନିର୍ଦ୍ଦେଶକ ଙ୍କୁ ପ୍ରଦାନ କରାଯିବା ସହ ଏହି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯିବ।

ଆସନ୍ତା ତା ୩୧/୦୧/୨୦୨୩ ରିଖ ଦିନ ହେବାକୁ ଥିବା ପ୍ରତିଷ୍ଠା ଦିବସରେ ସମସ୍ତଙ୍କର ସହଯୋଗ କାମନା କରିବା ସହ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ମହାସମାରୋହରେ ସର୍ବସମ୍ମତିକ୍ରମେ ଶ୍ରୀ ରଜନୀକାନ୍ତ ସାମନ୍ତରାୟଙ୍କୁ ସଂଘର ମୂଖ୍ୟ ପରାମର୍ଶଦାତା ତଥା ମୂଖ୍ୟ ଭାବେ ଘୋଷଣା କରାଯାଇଥିଲା।ଅବଶେଷ ରେ ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।