କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ ଜାରି,ବିପୁଳ ମଦ ଜବତ….

କଟକ(ବାସ୍ତବ କଥା)୦୫.୦୬: କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଠଗଡ ଅବକାରୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ନେତୃତ୍ୱରେ କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର,ସରସ୍ୱତୀପୁର ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ଥାନା, ବାଙ୍କୀ ଅବକାରୀ ଥାନା , ନରସିଂହପୁର ଅବକାରୀ ଥାନା, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ସଦର ଅବକାରୀ ଥାନା ଏବଂ ଖୁଣ୍ଟୁଣୀ ବନ ବିଭାଗ ଅତର୍କିତ ମିଳିତ ଚଡାଉ କରି ସର୍ବମୋଟ ୩୦୮୦ ଲିଟର ଦେଶୀ ମଦ ,୨୧୮୭୫ ଲିଟର ମଦ ଓ ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ଗୁଡ ପୋଚ ଉଦ୍ଧାର କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି।

ଏହି ଚଢାଉ ସମୟରେ ଚୋରା ମଦ କାରବାର ଲାଗି ବ୍ୟବହୃତ ଏକ ଦୁଇଚକିଆ ଗାଡ଼ି ଜବତ କରାଯାଇଛି ଏବଂ ଅବକାରୀ ଆଇନ ଅନୁଯାୟୀ ଛଅ ଗୋଟି ମାମଲା ରୁଜୁ କରାଯାଇଛି । ଏହି ଚଡାଉରେ ଅବକାରୀ ନିରୀକ୍ଷକ ଶ୍ରୀ ପଧାନଙ୍କ ସହ ଶ୍ରୀ
ଭକ୍ତବତ୍ସଳ ବର୍ମା, ଅବକାରୀ ନିରୀକ୍ଷକ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ନରସିଂହପୁର ଅବକାରୀ ଥାନା,ବାଙ୍କୀ ଅବକାରୀ ଥାନା, ଶ୍ରୀ ତରୁଣ ପାତ୍ର, ଅବକାରୀ ସହ ଉପ-ନିରୀକ୍ଷକ,କଟକ ସଦର ଅବକାରୀ ଥାନା, ଆଠଗଡ଼ ଅବକାରୀ ଥାନା ଓ ଖୁଣ୍ଟୁଣୀ ବନବିଭାଗ ତଥା ଅନ୍ୟାନ୍ୟ ଅବକାରୀ ଓ ବନବିଭାଗ ଅଧିକାରୀ ମାନେ ସାମିଲ ହୋଇଥିଲେ।

ସେୟାର କରନ୍ତୁ

Next Post

ଆମ୍ ଆଦମୀ ପାର୍ଟି ଅତାବିରା ର ମିଶ୍ରଣ ପର୍ବ...

Sat Jun 6 , 2026
ଅତାବିରା(ବାସ୍ତବ କଥା):ଆମ୍ ଆଦମୀ ପାର୍ଟି ଅରବିନ୍ଦ କେଜ୍ରିୱାଲ୍ , ନିଶିକାନ୍ତ ମହାପାତ୍ର, ଭବାନି ପ୍ରସାଦ ସାହୁ ଙ୍କ ନେତୃତ୍ୱ ଏବଂ ଆମ୍ ଆଦମୀ ପାର୍ଟି ର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ବିଜୁଳି ଓ ପାଣି କେନ୍ଦ୍ରିକ ଜନହିତକର ରାଜନୀତିରେ ପ୍ରଭାବିତ ହୋଇ ଅତାବିରା ବିଧାନସଭା ଅନ୍ତର୍ଗତ ଝିଲିମିଣ୍ଡା ପଞ୍ଚାୟତର ବିଜେଡି ,ବିଜେପି, କଂଗ୍ରେସ୍ ପାର୍ଟି ର ସଦସ୍ୟତା ଛାଡ଼ି୧୦୦ ରୁ ଅଧିକ ଯୁବକ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଗ୍ରହଣ […]

You May Like

Pin It on Pinterest