ଓସ୍କାର ପୁରସ୍କାର ପାଇଁ ଭାରତର ୩ଟି ଚଳଚ୍ଚିତ୍ର ମନୋନୀତ…

ବାସ୍ତବ ବ୍ୟୁରୋ: ଓସ୍କାର ୨୦୨୩ ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା କରାଯାଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରିକୁ ମନୋନୟନ ମିଳିଛି ।

ମନୋନୟନ ପାଇଥିବା ଭାରତୀୟ ଚଳଚ୍ଚିତ୍ର ହେଲେ ଏସଏସ ରାଜମୌଲୀଙ୍କ ଚଳଚ୍ଚିତ୍ର ଆରଆରଆର୍, ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଅଲ ଦାଟ୍  ବ୍ରେଦସ ଓ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦି ଏଲିଫାଣ୍ଟ ହ୍ବିସ୍ପର୍ସ ।

ଭାରତୀୟ ଚଳଚ୍ଚିତ୍ର RRR ର ନାଟୁ-ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ଗୀତ ବର୍ଗରେ ମନୋନୀତ କରାଯାଇଛି । ନିକଟରେ ନାଟୁ-ନାଟୁ ଗୀତ ଗୋଲଡେନ୍ ଗ୍ଲୋବ ପୁରସ୍କାରରେ ଶ୍ରେଷ୍ଠ ଗୀତ ବର୍ଗ ପୁରସ୍କାର ଲାଭ କରିଥିଲା ​​। RRR ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ଏବଂ ନାଟୁ-ନାଟୁ କ୍ରିଟିକ୍ସଙ୍କ ପସନ୍ଦ ପୁରସ୍କାରରେ ସମ୍ମାନିତ ହୋଇଥିଲା ।

ଅନ୍ୟପକ୍ଷରେ ସୌନକ୍ ସେନଙ୍କ ଡକ୍ୟୁମେଣ୍ଟାରୀ ଅଲ ଦାଟ୍  ବ୍ରେଦସ୍ ଆହତ ପକ୍ଷୀଙ୍କ ଚିକିତ୍ସା କରୁଥିବା ଦୁଇ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବେଶିତ ।

ସେହିପରି କାର୍ତ୍ତିକୀ ଗୋନଜଲଭିସଙ୍କ ନିର୍ଦ୍ଦେଶିତ ଦି ଏଲିଫାଣ୍ଟ ହ୍ବିସ୍ପର୍ସ ହେଉଛି ଗୋଟିଏ ଅନାଥ ହାତୀ ଓ ତାହାର ପାଳକଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ ।

ନିର୍ମାତାମାନେ ଟ୍ୱିର୍ଟର ହ୍ୟାଣ୍ଡେଲରେ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ପୋଷ୍ଟକୁ ସେୟାର କରି RRR ଲେଖିଛନ୍ତି- ‘ଆମେ ଇତିହାସ ସୃଷ୍ଟି କରିଛୁ। ଆମେ ଗର୍ବିତ ଯେ ୯୫ତମ ଏକାଡେମୀ ପୁରସ୍କାର ପାଇଁ ନାଟୁ-ନାଟୁ ବେଷ୍ଟ ଅରିଜିନାଲ ଗୀତ ବର୍ଗରେ ମନୋନୀତ ।

RRR କେବଳ ବକ୍ସ ଅଫିସରେ ଏକ ସୁପର ହିଟ୍ ନୁହେଁ, ଫିଲ୍ମଟି ସମାଲୋଚକମାନଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ବିଶ୍ଵବ୍ୟାପୀ ବ୍ୟାପୀ ୧୨୦୦ କୋଟି ସଂଗ୍ରହ କରିଥିଲା ​​। ଏଥି ସହିତ, ଏହା ବିଦେଶରେ ମଧ୍ୟ ବହୁ ଲୋକପ୍ରିୟତା ହାସଲ କରିଛି । ଏହି ଚଳଚ୍ଚିତ୍ରଟି ଆମେରିକା ଏବଂ ଜାପାନରେ ଅଧିକ ପସନ୍ଦ କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାରିପାର୍ଶିକ ବିକାଶ ବାର୍ତ୍ତାନେଇ ତ୍ରୀକୁଟ ପାହାଡ ଚଢିଲେ ଜିଲ୍ଲା ଅଧିକାରୀ...

Tue Jan 24 , 2023
ସୁବର୍ଣ୍ଣପୁର(ନମୋଗୁଋ ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶିକ ବିକାଶର ବାର୍ତ୍ତାନେଇ ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ତ୍ରୀକୁଟ ପାହାଡ ଚଢି ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱେଣେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଓ ନିଶିପୁନମ ମିଞ୍ଜ,ଜିଲ୍ଲା ପରିଷଦ ସିଇଓ ନିହାର ରଞ୍ଜନ କହଁର, ଉପ […]

You May Like

Pin It on Pinterest