କୋଲକାତା ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ….

ବାସ୍ତବ ବ୍ୟୁରୋ(କୋଲକାତା): ସୋମବାର ସକାଳେ କୋଲକାତାରୁ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ ଭରିବା ସମୟରେ ହଠାତ୍‌ ବିମାନର ଗୋଟିଏ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଯାଇଥିବା ଦେଖି ପାଇଲଟ୍‌ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ମଝି ଆକାଶରୁ ବିମାନଟି ବିମାନବନ୍ଦରକୁ ଫେରି ୧୮ ମିନିଟ୍‌ ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହି ସ୍ପାଇସ୍‌ ଜେଟ୍‌ ବିମାନରେ ୧୭୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ ।

ଏହିବୋଇଂ ୭୩୭ ବିମାନ ଏସଜି ୮୩ (କୋଲକାତା-ବ୍ୟାଙ୍କକ୍‌) କୋଲକାତାରୁ ରାତି ୧.୦୯ରେ ଉଡ଼ାଣ ଭରିଥିଲା। ତେବେ, ମଝି ଆକାଶରେ ପାଇଲଟ୍‌ ଇଞ୍ଜିନରେ ତ୍ରୁଟି ଦେଖିବା ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ଫୋନ୍‌ କରି ଜରୁରୀ କାଳୀନ ଅବତରଣ ପାଇଁ ଦାବି କରିଥିଲେ। ରାତି ୧ଟା ୧୧ରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ରାତି ୧ଟା ୨୭ରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପାଖରେ ଦମକଳ ବାହିନୀ, ଆମ୍ବୁଲାନ୍‌ସ, ଡାକ୍ତର, ସିଆଇଏସଏଫ ଏବଂ ଜରୁରୀକାଳୀନ ସ୍ଥାନାନ୍ତର ଟିମ୍‌ ଏବଂ ଉପକରଣ ପ୍ରସ୍ତୁତ ଥିଲେ କିନ୍ତୁ ପାଇଲଟ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ ଏବଂ ଯାତ୍ରୀମାନେ ବିନା କୌଣସି ଅସୁବିଧାରେ ବିମାନରୁ ପଦାକୁ ବାହାରି ପାରିଥିଲେ। ରାତି ୨ଟାରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଶେଷ ହୋଇଥିଲା।
ବିମାନ ବନ୍ଦରର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନଟି ଉଡ଼ାଣ ଭରିବା ସମୟରେ ଏହାର ବାମ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗି ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅବତରଣ ପରେ ବିମାନଟିର ଯାଞ୍ଚ ଚାଲିଥିବା ବେଳେ ଏୟାରଲାଇନ୍‌ସ ଏକ ପୃଥକ ବିମାନର ବ୍ୟବସ୍ଥା କରା ଯାଇଥିଲା ଏବଂ ଯାତ୍ରୀମାନେ ନିର୍ଦ୍ଧାରିତ ସମୟର ୬ ଘଣ୍ଟାରୁ ଅଧିକ ସମୟର ବିଳମ୍ବ ପରେ ସକାଳ ୭.୧୦ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲେ। ସ୍ପାଇସ୍‌ ଜେଟ୍‌ର ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କୁ ପରବର୍ତ୍ତୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନ ଯୋଗାଇ ଦିଆ ଯାଇଥିଲା ଏବଂ ସେମାନେ ଏବେ ବ୍ୟାଙ୍କକରେ ପହଞ୍ଚି ସାରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନାଗାଲାଣ୍ଡରେ ୮୩% ରୁ ଅଧିକ ଏବଂ ମେଘାଳୟରେ ୭୪% ମତଦାନ: ଉଭୟ ରାଜ୍ୟରେ ୫୯-୫୯ ଆସନରେ ମତଦାନ...

Mon Feb 27 , 2023
ବାସ୍ତବ ବ୍ୟୁରୋ: ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୫ ଟାରେ ଶେଷ ହୋଇଥିଲା। କେତେକ ବୁଥରେ ଗୁଳି ବିନିମୟ ଓ ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ବାକି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଥିଲା। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମେଘାଳୟରେ ୭୪.୩୨% ଏବଂ ନାଗାଲାଣ୍ଡରେ ୮୩.୩୬% ଭୋଟିଂ ହୋଇଛି । ବିଧାନସଭାରେ ଉଭୟ ରାଜ୍ୟରେ […]

You May Like

Pin It on Pinterest