କଟକ କମିଶନରେଟ୍ ପୋଲିସ ନଜରରେ ନକଲି ରଙ୍ଗ ବେପାରୀ….

ସଂଜୟ ଶତପଥୀ(କଟକ): ଆଗକୁ ରଙ୍ଗ ଖେଳିବାର ପର୍ବ ହୋଲି ଉତ୍ସବ ଓ ଜନସାଧାରଣଙ୍କର ଉତ୍ସୁକତାକୁ ଦେଖୂ ଚଳଚଞ୍ଚଳ ହୋଇଉଠିଛନ୍ତି କିଛି ନକଲି ରଙ୍ଗ ବେପାରୀ।ଅନୁଶୋଚନା ନାହିଁ କିଛି ଅର୍ଥ ଉପାର୍ଜନ ଲାଗି କେତେ ଦୁର୍ମୂଲ୍ୟ ମନୁଷ୍ୟ ଜୀବନ ସହ ସେମାନେ ଖେଳ ଖେଳିବାକୁ ଯାଉଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହୃଦୟଙ୍ଗମ କରିବା ସହ ଅମୂଲ୍ୟ ମନୁଷ୍ୟ ଜୀବନ କୁ ରକ୍ଷା କରିବାକୁ ଆଜି କଟକ କମିଶନରେଟ୍ ପୋଲିସ୍ ଅଣ୍ଟାଭିଡି ସଜାଗ ହୋଇଉଠିଛି।

ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଧାର କରି ଆଜି ପ୍ରାଥମିକ ଭାବେ କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ରଙ୍ଗ ବିକ୍ରି ଦୋକାନରେ ଚାଉଳିଆଗଞ୍ଜ ଥାନା ସହକାରୀ ଆରକ୍ଷୀ ଆୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ ଓ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଶଶିକାନ୍ତ ରାଉତ ଙ୍କ ନେତୃତ୍ବରେ ଚଢ଼ାଉ ସହ ଜୋରଦାର ତଲାସୀ ଅଭିଯାନ କରାଯାଇଥିଲା।

ବିଶେଷ ଅସୁବିଧାବଶତଃ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇ ପାରିନଥିବା ବେଳେ ଆଗକୁ ଏହି ଚଢାଉ ଜୋରଦାର ହେବ ବୋଲି ନିଜ ପରିଚୟ ନ ଦେଇ ଜନୈକ ଅଧିକାରୀ ପ୍ରକାଶ କରିବା ସହ ସମସ୍ତ ଜନସାଧାରଣ ରଙ୍ଗ କ୍ରୟ କଲା ସମୟରେ ଠିକ୍ ଭାବରେ ପରୀକ୍ଷା କରିବା ସହ ସନ୍ଦେହ ହେଲେ ପୋଲିସ୍ ଙ୍କୁ ଖବର ଦେଇ ପୋଲିସ୍ ବାହିନୀର ଏହି ଅଭିଯାନକୁ ସଫଳ କରିବା ସହ ମୂଲ୍ୟବାନ ମନୁଷ୍ୟ ଜୀବନ ବଞ୍ଚାଇବାରେ ପୋଲିସ୍ ବାହିନୀକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

UJA ର ଭଞ୍ଜନଗର ବନ୍ଦ ଏବଂ ସମୁହ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି...

Mon Mar 6 , 2023
ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):୦୬/୦୩/୦୨୩-ଭଞ୍ଜନଗର କୋର୍ଟ ପରିସର ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଏକ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ଭଞ୍ଜନଗର ବ୍ଲକର ବିଭିନ୍ନ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ । ଅତିଥିଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ, ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, କଂଗ୍ରେସ ପିସିସି ସଭ୍ୟ ଦେବୀ ପ୍ରସାଦ […]

You May Like

Pin It on Pinterest