ବିଜୁ ଜନତାଦଳର ଛାମୁଆ କର୍ମକର୍ତ୍ତା ମାନଙ୍କୁ ସାଙ୍ଗରେ ନେଇ ୱାର୍ଡ ପରିକ୍ରମା କଲେ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ….

ସଂଜୟ ଶତପଥୀ(କଟକ):ବିଜୁ ଜନତା ଦଳ ର ଛାମୁଆ କର୍ମକର୍ତ୍ତାଙ୍କୁ ସହ ନିଜେ ଇ ବାଇକ ଚଲେଇ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ନିଜ ୱାର୍ଡ ୪୭ନମ୍ବର ପରିକ୍ରମା କରିଛନ୍ତି ପ୍ରାକ୍ତନ ବିଧାୟକ ଡା. ପ୍ରଭାତ ରଞ୍ଜନ ବିଶ୍ୱାଳ।

ଶନିବାର ସକାଳୁ ମହାନଦୀ ବିହାର ଅଂଚଳର ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ଚା ଖଟିରେ ଚା ପିଇ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ୱାର୍ଡର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।ୱାର୍ଡର ପରିମଳ ବ୍ୟବସ୍ଥା, ଜାଇକା ର ଘର ଲାଇନ ସଂଯୋଗ,ଫେବରବ୍ଲକ ରାସ୍ତା, ଡ୍ରେନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ତଦାରକ କରିବା ସହିତ ଯୁବ ବିଧାୟକ ଶ୍ରୀ ସୌ୍ଭିକ ବିଶ୍ୱାଳ ଙ୍କ ଦ୍ୱାରା ମହାନଦୀ ବିହାର ବାସୀ ଦୀର୍ଘ ଦିନର ସମସ୍ୟା ର ସମାଧାନ ହୋଉଥିବା ମୁଖ୍ୟ ନାଳ ର ନିର୍ମାଣ କାର୍ଯ୍ୟ, ଜଗନ୍ନାଥ ସଂଲଗ୍ନ ପଡିଆରେ ୫୮୪ ପ୍ଲଟ ରେ ଥିବା ୪୭,୧୦୦ ବର୍ଗ ଫୁଟ ରେ ସିଡିଏ ପକ୍ଷରୁ ସ୍ମାର୍ଟ ଉଦ୍ୟାନ ଓ କୋଇଲା ଜିଲଡ଼ ୯୮୬ ପ୍ଲଟରେ ଏକ ମିନି ଷ୍ଟାଡିୟମ ଗ୍ୟାଲେରୀ ନିର୍ମାଣ କରାଯିବ ।

ଯେଉଁଥିରେ କି କୋଟିଏ ଟଙ୍କାରୁ ଉର୍ଦ୍ଧ ଟଙ୍କା ବ୍ୟୟ ହେବ ଯାହାର କାର୍ଯ୍ୟ, ମହାନଦୀ ବିହାରର ପ୍ରବେଶ ପଥ ରେ ମୁଖଦ୍ୱାର କାର୍ଯ୍ୟ ଖୁଵ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରାକ୍ତନ ବିଧାୟକ ଡ଼. ବିଶ୍ୱାଳ ସୂଚନା ଚା ପେ ଚର୍ଚ୍ଚାରେ ଦେଇଥିଲେ ।ଏହି ୱାର୍ଡ ପରିକ୍ରମା ସମୟରେ ସ୍ଥାନୀୟ କର୍ପୋରେଟର ଇଂ. ସୁବ୍ରତ ଘଡ଼ାଇ, ସିଟି କମିଟି ସାଧାରଣ ସମ୍ପାଦକ ତାପସ ମହାନ୍ତି,ଉପସଭାପତି ସଞ୍ଜୟ ଜେନା,ରାଜେନ୍ଦ୍ର ରଣା, ପ୍ରକାଶ ଚନ୍ଦ୍ର ମହାନ୍ତି, ସରୋଜ ସ୍ୱାଇଁ, ପତିତପାବନ ନାୟକ, ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, ସ୍ଥାନୀୟ ମୁରବୀ ସୁଦର୍ଶନ ବିଶ୍ୱାଳ, ଏଡିଏ ଉପ ସଭାପତି ବିଚିତ୍ରାନନ୍ଦ ପଣ୍ଡା,ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ଇଂ ଗୋପାଳ କୃଷ୍ଣ ବେହେରା, ଏମଡିଏ ର ଉପଦେଷ୍ଟା ରବି ଶତପଥୀ,ଇଂ ଶିବପ୍ରସାଦ ନାୟକ, ମର୍ନିଙ୍ଗ କ୍ଳବର ସଭାପତି ଇଂ ପ୍ରମୋଦ ନାୟକ, ସିଡ଼ିଏ ର ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ସେଠି, ଇଂ ଶ୍ରୀକାନ୍ତ ସାମଲ, ଆଡ଼ଭୋକେଟ ଗୌତମ ଲେଙ୍କା, ରାକେଶ ତ୍ରିପାଠୀ, ଜ୍ଞାନ ରଞ୍ଜନ ଦାସ ଓ କାବୁଲା ଆଚାର୍ଯ୍ୟ, ରବି ମହାରଣା, ପୁର୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା କାଲି ୱାର୍ଡ ନମ୍ବର ୪୬ ନଗର ପରିକ୍ରମା କାରାଯିବ ବୋଲି ସିଟି କମିଟି ର ଡିଜିଟାଲ ବିଭାଗ ର ନୂତନ ସେକ୍ରେଟାରୀ ଶ୍ରୀ ଦିଲୀପ ଜେନା ଓ ବୋମକେଶ କାନୁନଗୋ ଜଣାଇଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି ଡରେଇଲାଣି କରୋନା : ସବୁ ରାଜ୍ୟ ସରକାରଙ୍କୁ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

Sat Mar 25 , 2023
ବାସ୍ତବ ବ୍ୟୁରୋ: ଦେଶରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି(ଶନିବାର) କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନୂଆ ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ, କେରଳ, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଛି। କରୋନାର ଶେଷ ଦୁଇଟି ଲହରରେ ଏହି ରାଜ୍ୟଗୁଡିକ ସର୍ବାଧିକ ପ୍ରଭାବିତ ହୋଇଥିଲେ । ଏଥି ପାଇଁ କେନ୍ଦ୍ର ସରକାର […]

You May Like

Pin It on Pinterest