ଅପରିବର୍ତ୍ତିତ ରେପୋ ରେଟ….

ବାସ୍ତବ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ୍ ଆରବିଆଇ ଆଜି (ଗୁରୁବାର) ରେପୋରେଟ ଅପରିବର୍ତ୍ତିତ ରଖିଛି। ଆରବିଆଇ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ରେପୋ ରେଟ୍‌ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି ଆରବିଆଇ। ମନିଟାରି ପଲିସି କମିଟି (ଏମ୍‌ପିସି) ଏହି ନିଷ୍ପତ୍ତି ଗ୍ରହଣ କରିଛି।

ଗତବର୍ଷ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୨୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରିଥିଲା। ବୈଶ୍ୱିକ ଅର୍ଥନୀତି ଏବେ ଅସ୍ଥିରତାର ନୂତନ ପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ରିଜର୍ଭ ବ୍ୟାଙ୍କ୍‌ ମନିଟାରି ପଲିସି ଆକମଡେସନ୍‌ର ପ୍ରତ୍ୟାହାର ଉପରେ ଧ୍ୟାନ ନିବେଶ କରିଛି ବୋଲି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

ଅର୍ଥନୀତିରେ ଚାଲିଥିବା ପୁନରୁଦ୍ଧାରକୁ ବଜାୟ ରଖିବା ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆମେ ରେପୋ ରେଟ ରେ କୌଣସି ପରିବର୍ତ୍ତନ କରିନାହୁଁ, କିନ୍ତୁ ଆବଶ୍ୟକ ପଡିଲେ ଆମେ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବୁ ।

ସେ ଆହୁରି କହିଛନ୍ତି ଯେ, ୨୦୨୨ ମେ’ରେ ଗ୍ରହଣ କରାଯାଇଥିବା ନୀତି ନିଷ୍ପତ୍ତି ସବୁ ଏବେ ବି ଅର୍ଥନୈତିକ ବ୍ୟବସ୍ଥାରେ କାମ କରୁଛି। ସୁଧର ଦର କମ୍‌ ଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ବିଶେଷ ସକ୍ରିୟ ଅଛି। ଆର୍ଥିକ ବର୍ଷ ୨୩ରେ ୭% ଅଭିବୃଦ୍ଧି ହାର ଆଶା ରଖି ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ଼ ରହିଥିବା କଥା ମଧ୍ୟ ଗଭର୍ଣ୍ଣର୍‌ ଦାସ କହିଛନ୍ତି।

ଚଳିତ ଥର ଆରବିଆଇ ଗଭର୍ନରଙ୍କ ନେତୃତ୍ୱରେ ଗଠିତ କମିଟି ସମ୍ମୁଖରେ ଦୁଇଟି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଗୋଟିଏ ହେଉଛି କ୍ରମାଗତ ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ଏବଂ ଅନ୍ୟଟି ପ୍ରତିକୂଳ ବିଶ୍ୱ ଆର୍ଥିକପରିସ୍ଥିତିର ମୁକାବିଲା ପାଇଁ ଯୋଜନା।

ସେୟାର କରନ୍ତୁ

Next Post

ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୩୦୦ ଉପରେ;ଆଇଆଇଟି କାନପୁରର ବରିଷ୍ଠ ବୈଜ୍ଞାନିକଙ୍କ ମତ- ମେ ମାସରୁ ଦୈନିକ ୨୦ ହଜାର ମାମଲା ଆସିପାରେ

Thu Apr 6 , 2023
ବାସ୍ତବ ବ୍ୟୁରୋ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୩୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ଗୁରୁବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୩୩୫ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪,୩୩୫ […]

You May Like

Pin It on Pinterest