କଟକ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସହରର ସ୍ବାସ୍ଥ୍ୟ ସେବା କେମିତି ଚାଲିଛି ଅନୁମାନ କରାଯାଇପାରେ….

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଅଳିଆ ଆବର୍ଜ୍ଜନାରୁ କଟକ ସହରର ସ୍ବାସ୍ଥ୍ୟ ସେବା କେମିତି ଚାଲିଛି ଅନୁମାନ କରାଯାଇପାରେ।

ଏହି କାର୍ଯ୍ୟାଳୟ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଣେ ଦକ୍ଷ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଏହି କାର୍ଯ୍ୟାଳୟ ରୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ମିଳେନା, ପ୍ରଥମ ଅପିଲ୍ ର ତାରିଖ ଧାର୍ଯ୍ୟ ହୁଏନା, ଗୋଟିଏ ପରିବାରରୁ ସମସ୍ତେ ଏହି କାର୍ଯ୍ୟାଳୟ ରେ ନିଯୁକ୍ତି ପାଇବା, ଏହି କାର୍ଯ୍ୟାଳୟ ର ଜନୈକ କର୍ମଚାରୀ ଗରୀବ ଲୋକମାନଙ୍କ ଲାଗି ଉଦ୍ଦିଷ୍ଟ ଖାଉଟି କାର୍ଡ ବ୍ୟବହାର କରି କଣ୍ଟ୍ରୋଲ ଡିଲର୍ ଠାରୁ ରାସନ୍ ସାମଗ୍ରୀ ଆଣିବା ବିଷୟରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପରେ କୈାଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସୁରକ୍ଷା ଆଳରେ ପଦୋନ୍ନତି କରି ମୂଖ୍ୟ କାର୍ଯ୍ୟାଳୟକୁ ବଦଳି କରିବା ବା ପୁରସ୍କୃତ କରିବା, ବିଶେଷ କରି ଏକ ତଥ୍ୟ ଯେ ବିଗତ ଦିନରେ ନିଯୁକ୍ତି ପାଇଥିବା ସମୟରେ ବହୁ କର୍ମଚାରୀ ଦାଖଲ କରିଥିବା ସାର୍ଟିଫିକେଟ ଜାଲ୍, ଯାହା ଲାଗି ଦୀର୍ଘ ୮ ମାସ ହେଲା ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଲେ ନା ମିଳୁଛି ତଥ୍ୟ ନା ଅପିଲ୍ କଲେ ମିଳୁଛି ତାରିଖ।

ଏହିଥୂରୁ ଜଣାପଡ଼ୁଛି କି ଜାଲ୍ ସାର୍ଟିଫିକେଟ ଦାଖଲ କରିଥିବା କର୍ମଚାରୀଙ୍କ ନିଯୁକ୍ତି ପଛରେ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମ୍ପୂର୍ଣ୍ଣ ହାତ ରହିଛି।ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ନୀରବ କାହିଁକି ଏବଂ ଉପରୋକ୍ତ ତଥ୍ୟ ଦେବାକୁ ଡରୁଛନ୍ତି କାହିଁକି? ଏହି ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ମାନନୀୟ କଟକ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କଟକ ର ଜନସାଧାରଣଙ୍କୁ ଦେବେ।
ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିବେଦନ ଯେ ଏହି ଅଭିଯୋଗଗୁଡିକୁ ବିଚାର କୁ ନେବା ସହ ପଦକ୍ଷେପ ନିଅନ୍ତୁ।

ସେୟାର କରନ୍ତୁ

Next Post

ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏସ୍‌ଓପି ଜାରି କଲେ ଏସ୍‌ଆର୍‌ସି...

Wed Apr 12 , 2023
ବାସ୍ତବ ବ୍ୟୁରୋ: ରାଜ୍ୟରେ ଗତ ଦୁଇଦିନ ହେଲା ତାତି ବଢ଼ିଥିବାବେଳେ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେଣୁ ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଆଜି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଏସ୍‌ଓପି ଜାରି କରିଛନ୍ତି। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଥିବା ବେଳେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ, କ’ଣ କରିବେନି ସେନେଇ […]
summer

You May Like

Pin It on Pinterest