ପରଲୋକରେ ମହାତ୍ମା ଗାନ୍ଧିଙ୍କ ନାତି

ବାସ୍ତବ ବ୍ୟୁରୋ: ପରଲୋକରେ ମହାତ୍ମା ଗାନ୍ଧିଙ୍କ ନାତି ତଥା ସାମାଜିକ- ରାଜନୈତିକ କାର୍ଯ୍ୟକର୍ତ୍ତା ଅରୁଣ ମଣିଲାଲ ଗାନ୍ଧିଙ୍କ ଆଜି (ମଙ୍ଗଳବାର) ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମହାରାଷ୍ଟ୍ରର କୋହ୍ଲାପୁରରେ ତାଙ୍କର ଦେହାନ୍ତ ହୋଇଛି। ଅରୁଣ ଗାନ୍ଧିଙ୍କ ପୁଅ ତୁଷାର ଗାନ୍ଧି ମଙ୍ଗଳବାର ଟୁଇଟ କରି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି।

ଅରୁଣ ଗାନ୍ଧି ଜଣେ ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ସେ ତାଙ୍କ ଜେଜେବାପା ମହାତ୍ମାଗାନ୍ଧି ଦେଖାଇଥିବା ପଥରେ ବି କାମ କରୁଥିଲେ। ଅରୁଣ ସାମାଜିକ- ରାଜନୈତିକ କ୍ଷେତ୍ରରେ ଖୁବ ସକ୍ରିୟ ଥିଲେ।

୧୯୩୪ରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମ ଗ୍ରହଣ କରିଥିବା ଅରୁଣ ଗାନ୍ଧି ମହାତ୍ମାଗାନ୍ଧିଙ୍କ ଦ୍ବିତୀୟ ପୁଅ ମଣିଲାଲ ଗାନ୍ଧିଙ୍କ ପୁତ୍ର ଥିଲେ।  ତେବେ ଅରୁଣ ଗାନ୍ଧି ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମଙ୍ଗଳବାର ସେ ଏଦୁନିଆକୁ ଅଲବିଦା କହିଛନ୍ତି। କୋହ୍ଲାପୁରର ୱାଶି ନନ୍ଦୱାଲ ଠାରେ ଆଜି(ମଙ୍ଗଳବାର) ଅରୁଣ ମଣିଲାଲ ଗାନ୍ଧିଙ୍କ ଅନ୍ତିମ ସଂସ୍କାର ହେବ ବୋଲି ତାଙ୍କ ପୁଅ ତୁଷାର ଗାନ୍ଧି ସୂଚନା ଦେଇ କହିଛନ୍ତି।

ସେୟାର କରନ୍ତୁ

Next Post

ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କଲେ ଶରଦ ପାୱାର

Tue May 2 , 2023
ବାସ୍ତବ ବ୍ୟୁରୋ: ଏନସିପି ମୁଖ୍ୟ ଶରଦ ପାୱାର ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି।  ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତା ଖୁସିରେ ପାଟି ଚିଲାଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଶରଦ ଏକଥା ସ୍ପ‌ଷ୍ଟ କରିଛନ୍ତି ଯେ […]

You May Like

Pin It on Pinterest