
ଜୟନ୍ତ ଶତପଥୀ(ଡେରାବିଶ): ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଦାନପୁର ପଞ୍ଚାୟତ ଭାଗବତ ପୁର ଗ୍ରାମ ରେ ଟ୍ରାକ୍ଟର ମାଟି ନେଇ ନାଳ ବନ୍ଧ କଚା ରାସ୍ତା ରେ ଯାଉଥିବା ବେଳେ ମାଟି ଧସେଇ ଯିବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା ।ଗାଡି ନାଳ କୁ ଛିଟିକି ପଡିବାରୁ ଗାଡି ତଳେ ଚାପି ହୋଇ ଡ୍ରାଇଭର ମନୋଜ କୁମାର ନାୟକ ଙ୍କ ମୃତୁ ହୋଇଥିବାବେଳେ,ଗାଡି ରେ ଥିବା ହେଲଫର ଗୁରୁତର ହୋଇଛି ।
ଡ୍ରାଇଭର ମନୋଜ ସ୍ଥାନୀୟ ଭାଗବତ ପୁର ଗ୍ରାମ ର ବୋଲି ଜଣା ପଡିଛି।ଟ୍ରାକ୍ଟର ତଳେ ଚାପି ହୋଇ ମନୋଜ ଙ୍କ ମୃତୁ ହେବା ପରେ ସ୍ଥାନୀୟ ଚାନ୍ଦୋଳ ଫାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଯୁବକ ଙ୍କୁ ଉଧାର କରି ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଛେଦ ପାଇଁ ପଠା ଯାଇଛି ।
ସୁଚନା ଥାଉକି,ଗତ ଦୁଇ ବର୍ଷ ତଳେ ମନୋଜ ଙ୍କ ବାପା ଚାଲି ଯାଇଥିବା ବେଳେ ବଡ଼ ପୁଅ ମନୋଜ ଙ୍କ ର ଏଭଳି ଦୁଖଃଦ ଦୁର୍ଘଟଣା ଜନିତ ମୃତୁ ହେବା ପରେ ପରିବାର ଭାଙ୍ଗି ପଡିଛନ୍ତି।
ଏଠି ପ୍ରଶ୍ନ ଉଠୁଛି କି ଟ୍ରାକ୍ଟର ମାଲିକ ଜାଣିଶୁଣି ଜଣେ ନାବାଳକକୁ କେମିତି ଗାଡି ଚଳେଇବାକୁ ଦେଇଥିଲେ ଏଥିପାଇଁ ସମସ୍ତେ ମାଲିକଙ୍କୁ ଦୋଷ ଦେଉଛନ୍ତି।ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା,ଏଠି ପ୍ରଶାସନିକ ତୃଟି ମୁଖ୍ଯ କାରଣ ନୁହେଁତ? ଅସହାୟ ମା’କୁ ନ୍ୟାୟ ମିଳିବତ? ବାଲି ଓ ମାଟିମାଫିଆଙ୍କ କବଳରୁ ଅଞ୍ଚଳବାସୀ କେବେ ନିସ୍ତାର ପାଇବେ ?ଏମିତି ଅନେକ ଅଡୁଆ ପ୍ରଶ୍ନର ଉତ୍ତର ପ୍ରଶାସନ କି ଉତ୍ତର ରଖୁଛି ସମୟ କହିବ।