ଏ ପାନ୍‌ବାଲା ବାବୁ ର କଣ୍ଠଶିଳ୍ପୀ ଅନିଲ ହରିପାଲ ଙ୍କ ପରଲୋକ….

ବାସ୍ତବବ୍ୟୁରୋ: ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍‌ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁ। ରାତାରାତି ଏହି ଗୀତ ଓଡ଼ିଶାର ପୁରପଲ୍ଲୀ ସମେତ ପଡୋଶୀ ମଧ୍ୟପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରେ ଲୋକପ୍ରିୟତାର ଶୀର୍ଷକୁ ଛୁଇଁଥିଲା। ଏହି ଗୀତରେ ସେ କୋଶଲୀ-ସମ୍ବଲପୁରୀ ଶବ୍ଦ ସହ ବିହାରୀ, ଛତିଶଗଡି ଏବଂ ବଙ୍ଗଳା ଶବ୍ଦର ପ୍ରୟୋଗ ଗୀତକୁ ଭିନ୍ନ ସ୍ବାଦର କରି ଗଢ଼ି ତୋଳିଥିଲା। ଏହି ଗୀତର ଆବେଦନ ଏବେ ପ୍ରବଳ ଥିଲା ଯେ, ଛତିଶଗଡି, ବିହାରୀ, ବଙ୍ଗଳ ସମେତ ଓଡ଼ିଆ ଭାଷାରେ ମଧ୍ୟ ଏହି ଗୀତ ରେକର୍ଡିଂ ହୋଇ ପ୍ରଚାରିତ ହୋଇଥିଲା। ଏ ପାନ୍‌ବାଲା ବାବୁ ଗୀତର ରଚୟିତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ଥିଲେ ଅନିଲ ହରିପାଲ।

ସେୟାର କରନ୍ତୁ

Next Post

ଗୁଜରାଟରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’ : ଭାଙ୍ଗିଲା ବିଶାଳ ଗଛ, ୧ ହଜାର ଗ୍ରାମରେ ବିଜୁଳି ନାହିଁ..

Fri Jun 16 , 2023
ବାସ୍ତବ ବ୍ୟୁରୋ: ଗୁଜରାଟରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’ । ଗୁଜରାଟ ରାଜ୍ୟର କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳ ପବନ ଓ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯେଉଁ ଆଶଙ୍କା କରାଯାଉଥିଲା ତାଠୁ ଅଧିକ କ୍ଷୟକ୍ଷତି ହେଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଚ, ଦ୍ୱାରାକ, ଜାମନଗର, ପୋରବନ୍ଦର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବାତ୍ୟାରେ ଶତାଧିକ ବିଦ୍ୟୁତ ଖୁଣ୍ଟ […]

You May Like

Pin It on Pinterest