ଯୌନ ଉତ୍ପୀଡ଼ନ ମାମଲାରେ: ପୂର୍ବତନ ପୁଲିସ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ….

ବାସ୍ତବବ୍ୟୁରୋ: ତାମିଲନାଡ଼ୁର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ବିଲ୍ଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଜଣେ ମହିଳା ପୁଲିସ୍ ଆଇପିଏସ୍‌ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ୨୦୨୧ ମସିହା ଫେବ୍ରୁଆରୀ ମାସରେ ସେ ଏହି ଅଭିଯୋଗ କରିଥିଲେ। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଏଡପ୍ପାଦୀ କେ ପଲାନୀସ୍ୱାମୀଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଯାଉଥିବା ବେଳେ ରାଜେଶ ଦାସ ତାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ ସ୍ପର୍ଶ କରିବାକୁ ପ୍ରୟାସ କରିଥିଲେ।

ଏହି ମାମଲାରେ ଚେଙ୍ଗାଲପାଟୁର ପୂର୍ବତନ ଏସ୍‌ପିଙ୍କ ଉପରେ ମଧ୍ୟ ଜୋରିମାନା ପଡ଼ିଛି। ସେ ଉକ୍ତ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଚୁପ୍ ରହିବାକୁ ଚାପ ପକାଇଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ପାଇବା ପରେ ତତ୍‌କାଳୀନ ଏଆଇଏଡିଏମ୍‌କେ ସରକାର ରାଜେଶ ଦାସଙ୍କୁ ନିଲମ୍ବନ କରିବା ସହିତ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ କରିଥିଲେ। ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ସେତେବେଳେ ଏହି ଘଟଣା ନିର୍ବାଚନୀ ପ୍ରସଙ୍ଗ ହୋଇଯାଇଥିଲା। ତତ୍‌କାଳୀନ ବିରୋଧୀ ଦଳ ନେତା ଏମ୍‌.କେ ଷ୍ଟାଲିନ କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଏହି ଘଟଣାର ଆଇନତଃ ତଦନ୍ତ ହେବ ଓ ଦୋଷୀଙ୍କୁ ଦଣ୍ଡ ଦିଆଯିବ।

ସେୟାର କରନ୍ତୁ

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା

Sat Jun 17 , 2023
ବାସ୍ତବ ବ୍ୟୁରୋ: ରାଜ୍ୟରେ ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୯ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ […]

You May Like

Pin It on Pinterest