ଜୁଲାଇ ୩ରୁ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା…

ବାସ୍ତବ ବ୍ୟୁରୋ: ଆସନ୍ତା ଜୁଲାଇ ୩ରୁ ୮ ତାରିଖ ଯାଏଁ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ରାଜ୍ୟବ୍ୟାପି ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ନିମନ୍ତେ ଆବଶ୍ୟକ ଆଡମିଟ୍ କାର୍ଡ www.bseodisha.ac.inରୁ ପାଇପାରିବେ। ଏନେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୧ ମାଟ୍ରିକ୍‌ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ସମେତ ୮୧୯୫ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ନିଜ ଭାଗ୍ୟକୁ ପୁଣି କଷିବେ। ପରୀକ୍ଷା ଫଳ ତତ୍କାଳ ଘୋଷଣା ପରେ ସେମାନଙ୍କୁ ଚଳିତ ବର୍ଷ ଯୁକ୍ତ ଆଡମିଶନ ପ୍ରକ୍ରିୟାରେ ମଧ୍ୟ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ମେ’ ୨୬ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ସେୟାର କରନ୍ତୁ

Next Post

ବଦଳିଲା ପାଣିପାଗ, ବଢ଼ିଲା ଦରଦାମ। ଆକାଶଛୁଆଁ ଟମାଟୋ ଦର:ଖାଉଟି ମଧ୍ୟରେ ଅସନ୍ତୋଷ

Tue Jun 27 , 2023
ବାସ୍ତବ ବ୍ୟୁରୋ: ଗରମ ଯୋଗୁଁ ଟମାଟୋ ପଚିଯାଇ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଥିଲା ଆଉ ଏବେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଆବଶ୍ୟକ ମୁତାବକ ଉତ୍ପାଦନ ହୋଇପାରୁନି । ତେଣୁ ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଂଚିଲାଣି । ମେଟ୍ରୋ ସିଟିରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ରୁ […]

You May Like

Pin It on Pinterest