ସରକାରଙ୍କ ଘେରିମୁକ୍ତ ଚିଲିକା ଅଭିଯାନ…

କୃଷ୍ଣ ପ୍ରସାଦ(ଗୋପାଳକୃଷ୍ଣ ରଥ):ନୀଳାମ୍ବୁ ଚିଲିକାରୁ ୯୨୦ ଏକର ବେଆଇନ ଘେରି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ନୀଳମ୍ବୁ ଚିଲିକାକୁ ଘେରି ମୁକ୍ତ କରିବାର ଅଭିଯାନ ଆରମ୍ଭ ହୋଇଛି।

ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ, ତହସିଲ ପ୍ରଶାସନ ର ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ସୋମବାର ତିତିପ ରାଜସ୍ବ ସର୍କଲ ଅଧିନ କଙ୍କଡାଗାଡ଼ (କ ) ଚିଲିକା ଅଞ୍ଚଳରୁ ୯୨୦ ଏକର ଚିଲିକାରେ ହୋଇଥିବା ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି ।ଘେରି ରେ ବ୍ୟବହାର ହୋଇ ଥିବା ଜାଲ, କିଳା, ବାଉଁଶ ଆଦିକୁ ନିଆଁ ଲଗାଇ ନଷ୍ଟ କରାଯାଇଛି ।

ଏହି ଉଚ୍ଛେଦ କୃଷ୍ଣପ୍ରସାଦ ତହସିଲଦାର ଶ୍ରୀ ସହଦେଵ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦ ଜଣ ଶ୍ରମିକଙ୍କୁ ନେଇ ଆରମ୍ଭ କରାଯାଇଥିଲା ବେଳେ ଶାନ୍ତି ଶୃଙ୍ଖଳା ଲାଗି କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ଉଛେଦ ପ୍ରକ୍ରିୟା ରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ନିରୀକ୍ଷକ ଶ୍ରୀ ତିତିପ ଶଶାଙ୍କ ଶେଖର ମହାରଣା , ରାଜସ୍ୱ ପରିଦର୍ଶକ ଶ୍ରୀ ଲକ୍ଷ୍ମୀକାନ୍ତ ପାତ୍ର ଙ୍କ ସମେତ ସମସ୍ତ ତହସିଲ କର୍ମଚାରୀ ସହଯୋଗ କରିଥିଲେ ।

ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ତହସିଲଦାର ଶ୍ରୀ ସହଦେବ ସାହୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ଚିଲିକାରେ କଟକଣାକୁ ଫୁ ବିନା ଲାଇଭ୍ ଜ୍ୟାକେଟ୍‌ରେ...

Tue May 19 , 2026
କୃଷ୍ଣପ୍ରସାଦ(ଗୋପାଳକୃଷ୍ଣ ରଥ):ଚିଲିକାରେ ସରକାରଙ୍କ କଟକଣାକୁ ଫୁ’ ।ବିପଦପୂର୍ଣ୍ଣ ଭାବେ ଚାଲିଛି ଯାତ୍ରା।ପ୍ରଶାସନର ଚିଠି ଓ ନିର୍ଦ୍ଦେଶ ପରେ ମଧ୍ୟ ଯାତ୍ରୀବାହୀ ଡଙ୍ଗା ଓ ଭସାପୋଲରେ ଯାତ୍ରୀଙ୍କୁ ଦିଆଯାଉନାହିଁ ଲାଇଫ୍ ଜ୍ୟାକେଟ । ଫଳରେ ପ୍ରତିଦିନ ଜୀବନକୁ ବିପଦରେ ପକାଇ ଯାତ୍ରା କରୁଛନ୍ତି ଶତାଧିକ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବାରମ୍ବାର ସଚେତନତା ସତ୍ତ୍ୱେ ନିୟମକୁ ଅଣଦେଖା କରାଯାଉଛି ।କୌଣସି ଅଘଟଣ ଘଟିଲେ ତାହାର ଦାୟିତ୍ୱ କିଏ ନେବ ବୋଲି […]

You May Like

Pin It on Pinterest