ଦୁଃଖର ଅନ୍ତ ଆତ୍ମହତ୍ୟା ନୁହେଁ,ନିଜେ ସଚେତନ ହେଲେ ସବୁ ସମ୍ଭବ : ସାଇ ସୌରଭ

ସଂଜୟ ଶତପଥୀ(କଟକ)ତା୫।୭ : ଆଜିର ଆଧୁନିକ ସମାଜରେ ମଣିଷର ହାତ ପାହାନ୍ତାରେ ସବୁ ସୁଖ ସୁବିଧା ଥାଇ ମଧ୍ୟ ସେ ବେଳେ ବେଳେ ନିଜକୁ ଏକୁଟିଆ ମନେକରୁଛି । ମଣିଷ ହୋଇ ମଧ୍ୟ ମଣିଷ ସାଙ୍ଗରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ । ସଦା ସର୍ବଦା ଆଧୁନିକ କଥା କୁହା ଯନ୍ତ୍ର ମୋବାଇଲରେ ମଜିରହୁଛି । ଯାହା ଫଳରେ ସେ ତାର ସୁଖ ଆଉ ଦୁଃଖକୁ କାହା ସହିତ ବାଣ୍ଟିପାରୁ ନାହିଁ। ଫଳରେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ଶେଷରେ ଆପଣେଇ ନେଉଛି ।

ଆଜିର ମଣିଷ ଭିତରେ ଏହି ଆତ୍ମହତ୍ୟା ପ୍ରବଣତାକୁ ବାହାର କରିବା ପାଇଁ ୪୭ନଂ ୱାର୍ଡ ଗଣ୍ଡରପୁର ଏଲଆରଡିଏଭି ସ୍କୁଲର ଛାତ୍ର ସାଇ ସୌରଭ ଜେନା ଗଢ଼ିଛନ୍ତି ‘ଭିଜନ ଟ୍ରଷ୍ଟ’ ନାମକ ଏକ ସଚେତନତା ଅନୁଷ୍ଠାନ । ନିଜର ସାଙ୍ଗସାଥିଙ୍କୁ ଧରି ଆଜି ମହାନଦୀ ବିହାର ମଙ୍ଗଳା ଛକରୁ ଏକ ମହମବତୀ ଶୋଭାଯାତ୍ରା କରି ସ୍ଥାନୀୟ ଯୁବପିଢିଙ୍କୁ ସଚେତନତା କରାଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଏମଡିଏର ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ ଏବଂ ଫାଣ୍ଡି ଅଧିକାରୀ ମହେଶ୍ୱର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କର ଏଭଳି ଭିନ୍ନ ପ୍ରୟାସକୁ ପ୍ରଶଂସା କରିଥିଲେ ।

ଏହି ଶୋଭାଯାତ୍ରାରେ ଦେଶରାଜ ନନ୍ଦ, ସୌମ୍ୟରଂଜନ ମହାପାତ୍ର, ଦୁର୍ଗା ମାଧବ, ଆହୁଆନ ମିଶ୍ର ଅଭିଷେକ ପ୍ରଧାନ, ବି ଚେତନ, ଗୌତମ ରାଉତ, ନିରଞ୍ଜନ ବେହେରାଙ୍କ ସମେତ ବହୁ ଯୁବାବର୍ଗ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

Thu Jul 6 , 2023
ବାସ୍ତବ ବ୍ୟୁରୋ: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ଦିନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଛି। ରେଭେନ୍ସା ବିଶ୍ୱ ବିଦ୍ୟାଳୟ […]

You May Like

Pin It on Pinterest