ଏମଜିଏନଆରଜିଏସ କାମରେ ବଡ ଘୋଟାଲା ଦଶଲକ୍ଷ ଟଙ୍କାର କାମରେ କାହା ଭାଗ କେତେ?

ପ୍ରତାପ ଦାସ(ନବରଙ୍ଗପୁର):ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ପଞ୍ଚାୟତର ନୂଆଗୁଡା ଠାରେ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସ୍ପଷ୍ଟ ଦିବାଲୋକରେ ଚାଲିଛି ବେଧଡକ ଲୁଟତରାଜ l କିନ୍ତୁ ପ୍ରଶାସନ ନିରବ lଦିନ ଦିପହରେ ଚାଲିଛି ୨ଟି ଜେସିବି ମେସିନ ଦ୍ୱାରା କାମ l

କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ନିଜ ଗ୍ରାମରେ କର୍ମ ନିଯୁକ୍ତି ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବେଳେ କିଛି ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ରେ ହରିଲୁଟ ହେଉଛି ଯୋଜନାର ଅର୍ଥରାଶି l ଯନ୍ତ୍ରୀ ଆଇନ କୁ ଆଖି ଠାର ସଦୃଶ୍ୟ କ୍ଷେତ୍ର ପରିଦର୍ଶନ କରୁଛନ୍ତି।ଘରେ ବସି ବିଲ ପାସ କରାଯାଉଛି। ଏମଜିଏନଆରଜିଏସ କାମରେ ବାରମ୍ବାର ହେଉଥିବା ଘୋଟାଲା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନାହିଁ l ମୁଖ୍ୟ ରାସ୍ତାରୁ ମାତ୍ର କିଛି ଦୂରରେ ହେଉଥିବା ଅମୃତ ସରୋବର କାମରେ ମେସିନରେ କାମ ଚାଲୁଥିବା ବେଳେ ସେହି ରାସ୍ତା ଦେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କ ସମେତ ପ୍ରକଳ୍ପ ନିର୍ଦେଶକା ଯିବା ଆସିବା କରନ୍ତି l

କିନ୍ତୁ ଉକ୍ତ ଜାଗାରେ କାହା ନଜର ନପଡିବା ଆଶ୍ଚର୍ଯ୍ୟଜନକ l ମାତ୍ର କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏମଜିଏନଆରଇଜିଏସ ବିଷୟରେ ପଚାରିଥିବା ପ୍ରଶ୍ନରେ ହଡବଡେଇ ଯାଇଥିଲେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶିକା ଅନ୍ୟା ଦାସ l ବେହେଡ଼ା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଗୋପ ସିଂଙ୍କୁ ବାରମ୍ବାର ଏ ବିଷୟ ନେଇ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ୱେ ତାହା ସମ୍ଭବ ହୋଇନଥିଲା l ନବରଙ୍ଗପୁର ଜିଲ୍ଲାରେ ଦାଦନ ଶ୍ରମିକ ସୃଷ୍ଟି କରିବାରେ ପ୍ରଶାସନ ସମ୍ପୂର୍ଣରୂପେ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ସ୍ୱାଭାବିକ l କେରାଣ୍ଡି ଗୁନ୍ଥି ବାଳିଆ ଧରିବା ନ୍ୟାୟରେ କାମ ଚାଲିଛି l

କିଛି ଗ୍ରାମବାସୀ ଓ କୁଜି ନେତାଙ୍କୁ ଅଳ୍ପ କିଛି ଟଙ୍କା ଦେଇ ଠିକାଦାର ଓ ଯନ୍ତ୍ରୀ ମିଶି ଚଳୁ କରୁଛନ୍ତି ସରକାରୀ ଧନ l ଆଗାମୀ ଦିନରେ ଯଦି ଏ ବିଷୟରେ ପ୍ରଶାସନ ଦୃଢ଼ ପଦକ୍ଷେପ ନନିଏ ତାହେଲେ ଭିଜିଲାନ୍ସକୁ ଚିଠି ଲେଖାଯିବ ବୋଲି ଚର୍ଚ୍ଚା ଚାଲିଛି ।

ସେୟାର କରନ୍ତୁ

Next Post

ଉଦଘାଟିତ ହେଲା ୨୨କୋଟି ୨୮ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ୍ତ ଧବଳେଶ୍ୱର କଂକ୍ରିଟ ସେତୁ....

Thu Jul 6 , 2023
ସଂଜୟ ଶତପଥୀ(କଟକ): କଟକ ଜିଲ୍କା ଆଠଗଡ ବ୍ଲକର ମଞ୍ଚେଶ୍ୱର ଠାରେ ଥିବା ପ୍ରସିଦ୍ଧ ଧବଳେଶ୍ବର ମହାଦେବଙ୍କ ପୀଠକୁ ଯାତାୟତ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟିଛି । ଶ୍ରଦ୍ଧାଳୁଙ୍କ ଠାରୁ ପୂଜକ ସମସ୍ତେ ଖୁସ । ଏହି ପୀଠକୁ ଯିବା ପାଇଁ ନା ରହିବ ଡଙ୍ଗାର ଭୟ ନା ରହିବ ଝୁଲା ପୋଲ ର ଭୟ । କଂକ୍ରିଟ ସେତୁ ନିର୍ମାଣ ପରେ ବାନ୍ଧି ହେଲା ଭକ୍ତ ଓ ଭଗବାନ […]

You May Like

Pin It on Pinterest