
ସଂଜୟ ଶତପଥୀ(କଟକ): ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରେ,ରାସ୍ତାରେ ବୁଲୁଥିବା ଗାଈଗୋରୁ ମାନଙ୍କୁ କଟକ ମହାନଗର ନିଗମ ପକ୍ଷରୁ ନିୟୋଜିତ ହୋଇଥୂବା କର୍ମଚାରୀମାନେ ଧରି କଟକ ସତୀଚୈ।ରାସ୍ଥିତ କାଞ୍ଜିଆହୁଦାରେ ରଖିଥାଆନ୍ତି, ଏବଂ ସରକାରୀ ନିୟମ ଅନୁଯାୟୀ ଘରୋଇ ଗାଈଗୋରୁମାନଙ୍କ ମାଲିକ ମାନଙ୍କ ଠାରୁ ରସିଦ୍ ଦେଇ ଜୋରିମାନା ଆଦାୟ କରି ଗାଈ କୁ ଛାଡିଦିଅନ୍ତି। କିନ୍ତୁ ସଂପ୍ରତି ଏହି କାଞ୍ଜିଆହୁଦାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। କାଞ୍ଜିଆହୁଦାର କର୍ମଚାରୀମାନେ ବିନା ରସିଦରେ ଟଙ୍କା ଅସୁଲ୍ କରିବା ସହ ଦାବିଦାର ନଥିବା ଗାଈମାନଙ୍କୁ କଂସେଇମାନଙ୍କୁ ମୋଟା ଅର୍ଥ ନେଇ ବିକ୍ରି କରିଦେଉଛନ୍ତି।
ଏହି ପର୍ବରେ ଏକ ଘଟଣାକୁ ନେଇ ଆଜି ହିନ୍ଦୁସେନା ପକ୍ଷରୁ ଅଧ୍ଯକ୍ଷ ଶ୍ରୀ ଦେବାଶିଷ ରାଉତ ଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ କଟକ ମହାନଗର ନିଗମର ଆୟୁକ୍ତ ଙ୍କୁ ଭେଟି ଏହାର ପ୍ରତିକାର ଲାଗି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଯଦି ଏହି ଘଟଣାର ସମାଧାନ ଆସନ୍ତା ୧୫ ଦିନ ମଧ୍ୟରେ ନହୁଏ ତେବେ ହିନ୍ଦୁସେନା ହିନ୍ଦୁ ଧର୍ମର ପ୍ରତୀକ ଗୋ-ମାତାଙ୍କ ସୁରକ୍ଷା ଲାଗି ଅନଶନ କରିବାକୁ ବାଧ୍ୟ ହେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଛନ୍ତି।ଏହି ଦାବୀପତ୍ର ପ୍ରଦାନ ବେଳେ ହିନ୍ଦୁ ସେନା ର ବହୁ ସଦସ୍ୟ ଙ୍କ ସହ ସମାଜସେବୀ ଶ୍ରୀ ଜିତେନ୍ଦ୍ର ସାହୁ ମଧ୍ଯ ଉପସ୍ଥିତ ଥିଲେ।



