
କଟକ (ନି.ପ୍ର): ତ ଜୁଲାଇ ୬ ତାରିଖ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି କଟକ ନଗର ଶାଖା ତରଫରୁ ବିଶିଷ୍ଟ ଦେଶ ଭକ୍ତ ଭାରତୀୟ ଜନ ସଙ୍ଘ ପ୍ରତିଷ୍ଠାତା ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ଜୟନ୍ତୀ ବଙ୍ଗାଳିସାହି ସ୍ଥିତ ମା ସାରଳା ଭବନରେ ପାଳିତ ହୋଇଯାଇଛି ।
କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ସଭାପତିତ୍ବ ରେ ହୋଇଥିବା ଏହି ସଭାରେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସମାଜସେବୀ ଶ୍ରୀ ସୁନୀଲ ପଦ ଗୋସ୍ୱାମୀ ଯୋଗଦେଇ ତତ୍କାଳିନ ବିପରୀତ ପରିସ୍ଥିତିରେ ବାଲ୍ୟ କାଳୁ ଭାରତର ଅଖଣ୍ଡତା ପାଇଁ କରି ଶେଷରେ କାଶ୍ମିରରେ ରହସ୍ୟ ଜନକ ଭାବେ ଶହୀଦ ହୋଇଥିଲେ, ବିସ୍ତୃତ ଭାବେ କହିଥିଲେ । ତାଙ୍କ ବଳିଦାନ ଆମେ ସଦା ସ୍ମରଣ କରି ଦେଶକୁ ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ବୋଲି ସଭାପତି ଶ୍ରୀ ବଡୁ କହିଥିଲେ ।
ସଭା ପରିଚାଳନା ବରିଷ୍ଠ ଅଧିବକ୍ତା ତଥା ଲିଗାଲ ସେଲ ରାଜ୍ୟ କମିଟି ସଂଯୋଜକ ଶ୍ରୀ ମିଲନ ବଡୁ.ଏଥିରେ ସର୍ବଶ୍ରୀ ଦେବାନନ୍ଦ ସିଂ, ପ୍ରବୀଣା ମହାପାତ୍ର, ମହମଦ ସବିର, ଶ୍ୟାମସୁନ୍ଦର ସାହୁ, ଅଳକା ମହାନ୍ତି, ଶରତ ଭୋଳ, କଲ୍ୟାଣୀ ମହଲା, ବ୍ରହ୍ମାନନ୍ଦ ବେହେରା, ସତ୍ୟଜିତ ମହଲା,ବିଶ୍ୱଜିତ ପ୍ରଧାନ,ପୂର୍ଣଚନ୍ଦ୍ର ଛାଟୋଇ, ଭୁବନାନନ୍ଦ ମହାନ୍ତି, ରାଧାଶ୍ୟାମ ବେହେରା,ଦୁଷ୍ମନ୍ତ ଦତ୍ତ ପ୍ରମୁଖ କାର୍ଯ୍ୟଜର୍ତ୍ତା ଉପସ୍ଥିତ ଥିଲେ.ଧନ୍ୟବାଦ ଦେଇଥିଲେ ଜିଲ୍ଲା ମିଡ଼ିଆ ସଂଯୋଜକ ସୁବାଷ ମହାନ୍ତି ।



