ଦିଲ୍ଲୀରେ ବର୍ଷା ଭାଙ୍ଗିଲା ୪୦ ବର୍ଷର ରେକର୍ଡ

ବାସ୍ତବ ବ୍ୟୁରୋ: ଦିଲ୍ଲୀର ବର୍ଷା ୪୦ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀରେ ୨୪ଘଣ୍ଟା ମଧ୍ୟରେ ୧୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ପ୍ରବଳ ବର୍ଷା ହେତୁ ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି।

ରାଜଧାନୀ ଦିଲ୍ଲୀରେ ଶନିବାର ରେକର୍ଡ ୧୨୬ ଏମଏମ ବର୍ଷା ରେକର୍ଡ କରାଯାଇଛି। ବିଭିନ୍ନ ସ୍ଥାନରେ ବେକ ଯାଏ ପାଣି ଚାଲୁଥିବାରୁ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇ ପଡ଼ିଥିଲା। ଦିଲ୍ଲୀରେ ଚଳିତ ବର୍ଷ ହେବାକୁ ଥିବା ମୌସୁମୀଜନିତ ବର୍ଷାର ୧୫% କେବଳ ଗତକାଲି ୧୨ ଘଣ୍ଟାରେ ହୋଇ ଯାଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ଜଳମଗ୍ନ ହୋଇ ଯାଇଥିଲା। ବହୁ ଜାଗାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ବହୁ ଘର ବି ଭାଙ୍ଗି ଯାଇଛି।

ଗତକାଲିଠୁ ଆଜି ସକାଳ ୮ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ଗତ ୪୦ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା । ଭୀଷଣ ବର୍ଷା ଯୋଗୁ ଦିଲ୍ଲୀର ବହୁ ବଜାର, ଅଣ୍ଡର ପାସ୍‌, ହସ୍ପିଟାଲ ପରିସର, ଖୋଲା ପଡ଼ିଆ ସମ୍ପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ହୋଇ ଯାଇଛି। ଅତ୍ୟଧିକ ବର୍ଷା ଯୋଗୁ ରାଜଧାନୀର ଅଧିକାଂଶ ଜାଗା ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ବୁଡ଼ି ରହିଥିବା ବେଳେ ଇଣ୍ଟରନେଟ ସେବା ବି ପ୍ରଭାବିତ ହୋଇଛି।

ବର୍ଷା ବିତ୍ପାତର ମୁକାବିଲା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସମସ୍ତ ବିଭାଗୀୟ ଅଧିକାରୀଙ୍କ ରବିବାର ଛୁଟିକୁ ବାତିଲ କରି ଦେଇଛନ୍ତି। ଏଥିସହ ସେମାନଙ୍କୁ ଫିଲ୍ଡ ସର୍ଭେ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀର ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ୧୫ଟି ଘର ମାଟିରେ ମିଶି ଯାଇଥିବା ବେଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଜଣକ ହେଉଛନ୍ତି ୫୮ ବର୍ଷୀୟା ରଞ୍ଜିତ କୌର । ବର୍ଷା ଯୋଗୁ ଦିଲ୍ଲୀର କାଲକାଜୀ ଅଞ୍ଚଳରେ ଏକ କାନ୍ଥୁ ଭୁଶୁଡ଼ି ୧୫ ଲକଜୁରୀ କାର୍‌ ଓ ୧୦ଟି ୨ ଚକିଆ ଯାନ ଭାଙ୍ଗିରୁଜି ଯାଇଛି।

ସେୟାର କରନ୍ତୁ

Next Post

ବିବେକାନନ୍ଦ ଗଡତିଆ ଙ୍କ ସ୍ମୃତି ଅବସର ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର,୩୨ ୟୁନିଟ ରକ୍ତ ସଂଗ୍ରହ....

Mon Jul 10 , 2023
ବରଗଡ଼(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ-୯ ଲାଦେର ପାଲି ବସ୍ତି ସ୍ଥିତ ଆଇଓ ସିଏଲ୍ କଲ୍ୟାଣ ମଣ୍ଡପ ଠାରେ ଗ୍ରାମର ସ୍ବର୍ଗତ ବିବେକାନନ୍ଦ ଗଡତିଆ ଙ୍କ ସ୍ମୃତି ଅବସରରେ ଲାଦେର ପାଲି ଯୁବ ସମାଜ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଗ୍ରାମର ଯୁବ ତଥା ପୁରୁଷ ମାନଙ୍କ ସହ ୪ଜଣ ମହିଳା ନନ୍ଦିନୀ ଗଡତିଆ,ବବ୍ ଲି […]

You May Like

Pin It on Pinterest