ଓଡ଼ିଶା ଉତ୍କଳ ବାହିନୀ ତରଫରୁ ଦଶହରା ଭସାଣି ସମ୍ବର୍ଦ୍ଧନାର ପୂର୍ବ ପ୍ରସ୍ତୁତି ବୈଠକ…

ସଂଜୟ ଶତପଥୀ(କଟକ): ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ଵ ପ୍ରସିଦ୍ଧ କଟକ ଦଶହରା ଭସାଣି ଶୋଭାଯାତ୍ରାରେ ଆସୁଥିବା ସମସ୍ତ ପୂଜା ମଣ୍ଡପର ମେଢକୁ ଓଡ଼ିଶା ଉତ୍କଳ ବାହିନୀ ପରିବାର ତରଫରୁ ଗୌରୀ ଶଙ୍କର ପାର୍କ ଠାରେ ସମ୍ବର୍ଦ୍ଧନା କରାଯିବ । ଏହାର ପୂର୍ବ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶିଶୁ ଭବନ ସାଇବାବା ମନ୍ଦିର ପ୍ରାଙ୍ଗଣରେ ହୋଇଯାଇଛି।

ଓଡ଼ିଶା ଉତ୍କଳ ବାହିନୀ ପରିବାରର ସଭାପତି ପ୍ରଫୁଲ୍ଲ ଜେଠୀ ଗତ ଜୁଲାଇ ମାସରେ ଇହଧାମ ତ୍ୟାଗ କରିଥିବାରୁ ସମସ୍ତ ସଦସ୍ୟ ପ୍ରଥମେ ଶୋକ ପ୍ରାର୍ଥନା କରିଥିଲେ। ଏହା ପରେ ଆବାହକ ପୁଣ୍ୟଶ୍ଳୋକ ମହାନ୍ତିଙ୍କ ଆହ୍ବାନରେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା ଏଥିରେ ସର୍ବସମ୍ମତି କ୍ରମେ ଶ୍ରୀ ସଞ୍ଜିବ ମହାପାତ୍ରଙ୍କୁ ସଭାପତି, ଶ୍ରୀ ସଞ୍ଜିବ ରାଜପୁତ୍ରଙ୍କୁ ଉପସଭାପତି, ବିଶ୍ଵନାଥ ଦାସଙ୍କୁ ସମ୍ପାଦକ, ନିଲମ ଦାସଙ୍କୁ ସହ ସମ୍ପାଦକ, ସୁଶାନ୍ତ ମହାନ୍ତିଙ୍କୁ କୋଷାଧ୍ୟକ୍ଷ, ଜ୍ଞାନ ରଞ୍ଜନ ଦାସଙ୍କୁ ସଂଯୋଜକ, ଦେବାଶିଷ ଦାସଙ୍କୁ ସହ ସଂଯୋଜକ ତଥା ଉପଦେଷ୍ଟା ମଣ୍ଡଳୀରେ ବୈକୁଣ୍ଠନାଥ ସେନାପତି, ରବିନ୍ଦ୍ର ମହାରଣା, ସନ୍ତୋଷ ନାୟକ, ଦିଲ୍ଲୀପ ସେଠୀ, ମୁନ୍ନା ଦ୍ଵିବେଦୀ, ରଞ୍ଜନ ମହାରଣା, ଆକାଶ ମହାରଣା ପ୍ରମୁଖ ନୂତନ କାର୍ଯ୍ୟକର୍ତ୍ତା ରୂପେ ଦାୟିତ୍ୱ ଗ୍ରହଣ କଲେ । ଏହି ବର୍ଷ ଭସାଣି ଯାତ୍ରାରେ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ପୂଜା କମିଟିର ମୁରବିଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯିବ ସହ ମାଁ ଦୂର୍ଗା ଓ ପ୍ରଭୁ ମହାଦେବଙ୍କ ନିମନ୍ତେ ମିଠା ହାଣ୍ଡି ଅର୍ପଣ କରାଯିବ । କଟକ ଦଶହରାକୁ ସୁଚାରୁ ରୂପେ ପରିଚାଳନା କରୁଥିବା ପୋଲିସ ପ୍ରଶାସନର ସମସ୍ତ ଅଧିକାରୀଙ୍କ ସହ ମିଡ଼ିଆ ବନ୍ଧୁମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ ବୋଲି ଆବାହକ ପୁଣ୍ୟଶ୍ଳୋକ ମହାନ୍ତି ମତପୋଷଣ କରିଥିଲେ। ସର୍ବଶେଷରେ ସଂଯୋଜକ ଜ୍ଞାନ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ।

ସେୟାର କରନ୍ତୁ

Next Post

୩୦ରେ ଲଘୁଚାପ, ରାଜ୍ୟରେ ଜାରି ରହିବ ବର୍ଷା

Sat Sep 23 , 2023
ବାସ୍ତବ ବ୍ୟୁରୋ: ରାଜ୍ୟରେ ଆଗାମୀ ୩-୪  ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ୨୭ ତାରିଖ ଠାରୁ ୩-୪ ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ । କିନ୍ତୁ ୩୦ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ […]

You May Like

Pin It on Pinterest