ବାସ୍ତବ ବ୍ୟୁରୋ- ଆଜି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଦେଶର ସମସ୍ତ ଲୋକଙ୍କୁ ଘରେ ରହି ଯୁଦ୍ଧରେ ଜିତିବାକୁ ପଡିବ । ଏଥିସହ ସେ କହିଛନ୍ତି ଯେ ଘରେ ରୁହ ଏବଂ ଲକଡାଉନ୍ ସମୟରେ ସାମାଜିକ ଦୂରତାକୁ ଅନୁସରଣ କର। ସମଗ୍ର ବିଶ୍ୱ କରୋନା ସହିତ ସଂଘର୍ଷ କରୁଛି । ଯୁଦ୍ଧ କରୋନା ସହ ଆମେ ଘରେ ରହି ଜିତିବା ।

ସେ ଆରଏସଏସ ସ୍ୱୟଂ ସେବକ ମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ କରୋନା ଏକ ନୂତନ ରୋଗ ହୋଇଥିବାରୁ ସେ ବାବଦରେ ସବୁକିଛି ଜଣା ନାହିଁ । ଏପରି ପରିସ୍ଥିତିରେ, ଅନୁମତି ନେଇ ସତର୍କତାର ସହିତ କାର୍ଯ୍ୟ କରନ୍ତୁ । ମୋହନ ଭାଗବତ କହିଛନ୍ତି ଯେ ଆମେ ମଣିଷ ମଧ୍ୟରେ ପାର୍ଥକ୍ୟ କରୁନାହୁଁ । ଆମର ପ୍ରୟାସ ହେଉଛି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା । ସେ କହିଛନ୍ତି ଯେ ଲୋକମାନେ କ୍ଵାରାଣ୍ଟିନ ଭୟରୁ ଲୁଚି ରହିଛନ୍ତି । ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଭାଗବତ କହିଛନ୍ତି ଯେ ୧୩୦ କୋଟି ଲୋକ ହେଉଛନ୍ତି ଆମ ବନ୍ଧୁ, ସମସ୍ତେ ଭାରତର ପୁତ୍ର ଆମେ ନିଜର ପ୍ରଚାର ପାଇଁ ଏହି ସେବାକାର୍ଯ୍ୟ କରୁ ନାହିଁ, ବରଂ ଏହା ଆମ ଦେଶ ଆମ ଲୋକ, ତେଣୁ ଏହା ଆମ କର୍ତ୍ତବ୍ୟ । ତେଣୁ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ପଡ଼ିବ । ଭବିଷ୍ୟତରେ ଏହି ସଙ୍କଟରୁ ଶିଖିବାର ଆବଶ୍ୟକତା ଅଛି ।
ଆମେ ନିଜର ପ୍ରଚାର ପାଇଁ ଏହି ସେବାକାର୍ଯ୍ୟ କରୁ ନାହିଁ, ବରଂ ଏହା ଆମ ଦେଶ ଆମ ଲୋକ, ତେଣୁ ଏହା ଆମ କର୍ତ୍ତବ୍ୟ । ଲକଡାଉନ୍ ବେଳେ ଆମକୁ ନିୟମ ମାନିବାକୁ ହେବ । ବର୍ତ୍ତମାନ ପରିସ୍ଥିତିରେ ଭୟଭୀତ ହେବାର ନାହିଁ, ବରଂ ଶାନ୍ତି ରହି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ହେବ । ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସମାଜ ମଧ୍ୟ ଏଥିରେ ସାମିଲ ହୋଇ କାର୍ଯ୍ୟ କରୁଛି । ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆମକୁ କାର୍ଯ୍ୟ କରିବାକୁ ହେବ । ଆମକୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ କରୋନା ବିରୋଧ ଯୁଦ୍ଧରେ ଜିତିବାକୁ ହେବ ବୋଲି ସେ କହିଛନ୍ତିି ।




