
ସଂଜୟ ଶତପଥୀ(କଟକ): ଆଜି ବକ୍ସି ବଜ଼ାର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ପାଇକ ବୀର, ପ୍ରଥମ ସ୍ୱାଧୀନତା ସଂଗ୍ରାମୀ, ମହାନାୟକ ବକ୍ସି ଜଗବନ୍ଧୁଙ୍କ ୧୯୫ ତମ ତିରୋଧାନ ଦିବସ ପାଳିତ ହୋଇଅଛି।
ପରାଧୀନ ଭାତରକୁ ବ୍ରିଟିଶ ଶାସନ କବଳରୁ ମୁକଳିବା ପାଇଁ ବକ୍ସି ଜଗବନ୍ଧୁ ତାଙ୍କର ସମଗ୍ର ଜୀବନ ସମର୍ପଣ କରିଥିଲେ। ବ୍ରିଟିଶ ସରକାର ତାଙ୍କୁ ଗିରଫ୍ କରି କଟକ ବକ୍ସି ବଜ଼ାର ଅଂଚଳରେ ବହୁ ବର୍ଷ ପଯ୍ୟନ୍ତ ଗୃହ ବନ୍ଦୀ କରି ରଖିଥିଲେ ୧୮୨୯ ମସିଆ ଜାନୁଆରୀ ୨4 ତାରିଖରେ ଏହି ଅଂଚଳରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।। ଖୁବ ଶୀଘ୍ର ତାଙ୍କ ଏକ ପୂର୍ଣ୍ଣାଙ୍ଗ ବ୍ରୋଞ୍ଚ ମୂର୍ତ୍ତି ସ୍ଥାପନା ହେବ।
ଏହି କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, କଟକ ବାରବାଟୀ ବିଧାୟକ ମହମଦ ମୋକିମ, ବିଜେପି ପୂର୍ବତନ ମହିଳା ମୋର୍ଚ୍ଚା ସଭାପତି ସ୍ମୁତି ପଟନାୟକ, ଲୋକସଭା ମଣ୍ଡଳ ରାଷ୍ଟୀୟ ସମ୍ପାଦକ ପ୍ରଭାସ ଚନ୍ଦ୍ର ଅଚ୍ୟାର୍ଯ୍ୟ,ଅପ୍ରବାସୀ ସମ୍ମୁଖ ସଂଯଜକ ନନ୍ଦଲାଲ ସିଂ, ସିନେ ତାରକା ଅରିନ୍ଦୁମ ରାୟ, ରଞ୍ଜନ ବିଶ୍ୱାଳ, କଟକ ଏକତା କମିଟିର ପରୀକ୍ଷିତ ମହାରଣା, ବିଜେଡିର ଧରମେଶ ନାୟକ, ପ୍ରଶାନ୍ତ ନାୟକ, ପ୍ରଶାନ୍ତ ନାୟକ, କଂଗ୍ରେସର ଗିରିବାଲା ବେହେରା, ସି ଭି ଶାସ୍ତ୍ରୀ, ନିତାଇ ନନ୍ଦ, ବକ୍ସି ବଜ଼ାର ବ୍ୟବସାୟୀ ସଂଘର ସଭାପତି ସଲିଲ କୁମାର ଘୋଷ, ଯତିରାଜ ଦାସ, ପୁଷ୍ପିତା ମହାପାତ୍ର, ତନ୍ମୟା ରାୟ, ଅରୁଣ ବିହାରୀ, ସଂଗ୍ରାମ ରାୟ, ଶୋଭା ଭୋମିକ ପ୍ରମୁଖ ଯୋଗଦେଇ ବକ୍ସି ଜଗବନ୍ଧୁଙ୍କର ତ୍ୟାଗ ଓ ଦେଶ ପ୍ରେମ ଉପରେ ଆଲୋଚନ କରିବା ସହିତ ତାଙ୍କ ତୈଳଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହମ୍ମଦ ୟାକୁବ, ଶେଖ ସବୀର, ସୁମିତ ରାୟ, ପରିଚାଳନା କରିଥିଲେ।



