
ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ରେ ଚୌଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ବିଧାୟକ ଶ୍ରୀ ସୈାଭିକ୍ ବିଶ୍ୱାଳଙ୍କ ନାଁ ଘୋଷଣା ପରେ ଆଶାୟୀ ପ୍ରାର୍ଥୀଙ୍କ ନୈରାଶ୍ୟତା, ଏକ ବିଦ୍ରୋହାତ୍ମକ ରୂପ ନେଇଛି।
ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ଏକ କଣ୍ଠସ୍ୱର ର ନକଲ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଏହି ବିଷୟକୁ ନେଇ ଜନମତ ସଂଗ୍ରହ ଅବସରରେ ଜନସାଧାରଣଙ୍କ ମତରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହିଁ ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଏବଂ ଆଗାମୀ ଦିନରେ ନବୀନ ପଟ୍ଟନାୟକ ଙ୍କୁ ଭୋଟ ହିଁ ଦେବୁ ବୋଲି ପ୍ରକାଶ କରିଥିଲେ। କିଛି ଭୋଟର କ୍ୟାମେରା ଆଗରେ କିଛି ନ କହି ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ , ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ଅବଦାନ କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମିଛୁଆ ବିରୋଧୀ ଙ୍କ ମିଛ ପ୍ରଚାର କୁ ପ୍ରତ୍ୟାଖାନ କରି ଚୈ। ଦ୍ବାର-କଟକ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ଲାଗି ତତ୍ପର ମୂଖ୍ୟ ମନ୍ତ୍ରୀଙ୍କ ଦ୍ବାରା ବିବେଚିତ ବିଧାୟକ ପ୍ରାର୍ଥୀ ଶ୍ରୀ ସୈାଭିକ୍ ବିଶ୍ୱାଳ ଙ୍କୁ ଭୋଟ ଦେବୁ ଏବଂ ନିର୍ବାଚିତ ମଧ୍ୟ କରିବୁ ବୋଲି ମତପୋଷଣ କରିଥିଲେ।



