ଦିଲ୍ଲୀ ମାରାଥନରେ ବରଗଡ଼ର ଓଡ଼ିଆ ‌ପୁଅର ସଫଳତା….

ବରଗଡ:-୯/୪(ନବୀନ କୁମାର ଦାଶ):ଗତ ସାତ ଏପ୍ରିଲ ରବିବାର ଦିନ ତ୍ୟାଗରାଜ ଷ୍ଟାଡିଅମ ଠାରେ ଡାକ୍ତର ଲାଲ ସିଙ୍ଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାରାଥନ ପ୍ରତିଯୋଗିତା ରେ ଓଡ଼ିଶାର ବରଗଡ ଜିଲ୍ଲା ଭେଡେନ ବ୍ଲକ ଭାଂଗକୁଦ ଗ୍ରାମର କ୍ଷୀର ମୋହନ ଅଦାବର,ଯିଏକି ବର୍ତମାନ ଉତ୍ତର ପ୍ରଦେଶର ନୋଇଡାରେ ରହନ୍ତି।ସିଏ ଭିନ୍ନକ୍ଷମ ହୋଇ ମଧ୍ୟ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନ ରେ ମେଡାଲ ହାସଲ କରିଥିଲେ।ଏଥିରେ ବହୁତ ଦୂର ଦୁରାନ୍ତରରୁ ଏବଂ ଅନ୍ୟ ରାଜ୍ୟରୁ ଅନେକ ଲୋକ ଭାଗ ନେଇଥିଲେ।

ଏହା ଏକ ଗର୍ବର ବିଷୟ,ତେଣୁ ତାଙ୍କ ପାଖକୁ ଆଜି ଭେଡେନ ବ୍ଲକ ଯାଦବ ସମାଜର ବ୍ଲକ ସଭାପତି ନରେନ୍ଦ୍ର ବାଗ,ସୋମନାଥ ଭୋଇ,ସୁନ୍ଦରମଣି ମାଝି,ଅତାବିରା ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ସାଲମା,ସମ୍ପାଦକ ସୁରେନ୍ଦ୍ର କଠାର ଓ ତାଙ୍କର ବନ୍ଦୁ ପରିଜନ,ଗ୍ରାମବାସୀ ଏବଂ ନିଜ ଜିଲ୍ଲାରୁ ଅନେକ ଅନେକ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି।ଏଥିରୁ ଏକ ଶିକ୍ଷଣୀୟ ବିଷୟ ଯେ,କଠୋର ଉଦ୍ୟମ ଆଗରେ ସବୁ ବାଧା ବିଘ୍ନ ହାରି ଯାଇଥାଏ।

ସେୟାର କରନ୍ତୁ

Next Post

ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ଇଂରାଜୀ ମିଡିୟମ ସ୍କୁଲର ୨୦୨୩/୨୪ ର ବାର୍ଷିକ ଉତ୍ସବ...

Wed Apr 10 , 2024
ବରଗଡ:-(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ଇଂରାଜୀ ମିଡିୟମ ସ୍କୁଲର ୨୦୨୩/୨୪ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ବାଗଦେବୀ ସରସ୍ଵତୀ ଓ ବିଘ୍ନ ବିନାଶ ଗଣେଶ କଂ ପ୍ରତିଛବି ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅତୁଲ୍ୟ ମହାନନ୍ଦ ଙ୍କ ପରିଚାଳନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ […]

You May Like

Pin It on Pinterest