ବାସ୍ତବ ବ୍ୟୁରୋ: ବିଜେଡିର ଶୋଚନୀୟ ପରାଜୟ ହେବା ପରେ ଆଜି ରାଜ୍ୟପାଳଙ୍କୁ ନିଜ ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ନବୀନ ପଟ୍ଟନାୟକ ରାଜଭବନ ଅଭିମୁଖେ ଯିବା ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଅରୁଣ ସାହୁ ପ୍ରମୁଖ ନବୀନ ନିବାସରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି।
ସୂଚନାନୁଯାୟୀ, ଚଳିତ ନିର୍ବାଚନରେ ବିଜେଡିକୁ ମାତ୍ର ୫୧ଟି ଆସନ ମିଳିଛି । ଏମିତିକି ଖୋଦ ମୁଖ୍ୟମନ୍ତ୍ରୀ ୨ଟି ଆସନରେ ଲଢିଥିବାବେଲେ ଗୋଟିଏ ଆସନରେ ପରାସ୍ତ ହୋଇଛ ହୋଇଛନ୍ତି । କଣ୍ଟାବାଞ୍ଜି ଆସନରୁ ୧୬ହଜାରରୁ ଅଧୂକ ଭୋଟରେ ପରାସ୍ତ ହୋଇଥିବାବେଳେ ହିଞ୍ଜିଳି ଆସନରୁ ମାତ୍ର ୪ ହଜାରରୁ ଅଧିକ ଭୋଟ୍ରେ ବିଜୟ ହୋଇଛନ୍ତି । ବିଧାନସଭାରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ହାତେଇ ପାରିନି ।



