କଟକସଦର ବିଧାୟକ ପ୍ରକାଶଙ୍କ କାର୍‌ ଉପରେ ଆକ୍ରମଣ….

କିଶନନଗର: କଟକସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍‌ ଉପରେ ଗତ ରାତିରେ ଆକ୍ରମଣ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ପୁଲିସ ଧରି ଥାନାରେ ଅଟକ ରଖିଛି।

ଏହା ଜଣାପଡ଼ିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ମୁତାବକ,ଗତ ରାତି ପ୍ରାୟ ୧୧ଟାରେ କିଶୋରନଗର ରେ ଆୟୋଜିତ କଟକସଦର ରଜ ମହୋତ୍ସବ ଶେଷ ହେବା ପରେ ବିଧାୟକ ଶ୍ରୀ ସେଠୀ, ସୋମପୁର ପାଲା ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରୁ ରାତି ପ୍ରାୟ ସାଢ଼େ ୧୧ଟାରେ ସେ ଫେରୁଥିଲା ବେଳେ ସୋମପୁର ନିକଟରେ ବାଇକ୍‌ରେ ଜଣେ ଯୁବକ ପଛପଟୁ ଆସି କାର୍‌ କବାଟ ଓ କାଚ ଉପରେ ଆକ୍ରମଣ କରିଥିଲା। ଶ୍ରୀ ସେଠୀ ସଂଗେ ସଂଗେ ଘଟଣା ସମ୍ପର୍କରେ କିଶନନଗର ଥାନାକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକକୁ ଧରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

ଖବର ପାଇ ବିଧାୟକଙ୍କ ସମର୍ଥକମାନେ କିଶନନଗର ଥାନାରେ ପହଞ୍ଚିଥିଲେ। ସେଠାରେ ଉତ୍ତେଜନା ଦେଖା ଦେଇଥିଲା ।

ସେୟାର କରନ୍ତୁ

Next Post

ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ-ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Tue Jun 18 , 2024
ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ । ସରକାର ବଦଳିବା ପରେ ମିଶନ ଶକ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଭିତରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଚିବ ଓ ବରିଷ୍ଠ ଅଧିକାରୀ ସହ ବିଭାଗର ସମୀକ୍ଷା ପରେ ପ୍ରଭାତୀ ପରିଡ଼ା କହିଛନ୍ତି, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ଏବଂ ୟୁଏନ୍ […]

You May Like

Pin It on Pinterest