ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ….

ଭୁବନେଶ୍ୱର ୨୨/୦୬(ପ୍ରମୋଦ ନାୟକ):ଓଡିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପହଞ୍ଚିସାରିଲାଣି ମୌସୁମୀ। ୨ ରୁ ୩ ଦିନ ଭିତରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସେପଟେ ନୂତନ ସରକାର ଗଢ଼ିବା ପରେ ଆକ୍ସନ ମୋଡରେ ଅଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ।

ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ସମସ୍ତଙ୍କ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ଉନ୍ନୟନ କମିଶନ ତଥା ବିଭାଗୀୟ ସଚିବ ଅନୁ ଗର୍ଗ କହିଛନ୍ତି ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଦୁର୍ବଳ ନଦୀ ବନ୍ଧ ଗୁଡ଼ିକ ଅଧିକ ସୁଦୃଢ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଫିସରମାନଙ୍କୁ ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି। ତହସିଲଦାର ଏବଂ ଆମ ବିଭାଗ ଦୁର୍ବଳ ନଦୀବନ୍ଧ ଗୁଡିକର ତଦାରଖ କରୁଛନ୍ତି।ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମେଗା ଲିଫ୍ଟ, ମାଇନର ଲିଫ୍ଟ ଇରିଗେଶନ ଏବଂ ଡିପ ବୋରୟଲ ଗୁଡିକ ଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସେୟାର କରନ୍ତୁ

Next Post

ରାଜ୍ୟରେ ଅନେକ ଶିଳ୍ପର ସମ୍ଭାବନା ରହିଛି:ଶିଳ୍ପ ମନ୍ତ୍ରୀ

Sun Jun 23 , 2024
ଭୁବନେଶ୍ୱର ୨୩/୦୬(ଗୌତମ ମିଶ୍ର ): ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରତି ବିଭାଗୱାରୀ ସମୀକ୍ଷା ଚାଲିଛି । ଏସବୁ ଭିତରେ ଆକ୍ସନମୋଡକୁ ଆସିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଦାୟିତ୍ୱ ନେବା ପରେ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପମନ୍ତ୍ରୀ । ରାଜ୍ୟରେ ଶିଳ୍ପକ୍ଷେତ୍ରର ଷ୍ଟାଟସ୍ କଣ ? ରାଜ୍ୟରେ ଶିଳ୍ପ ପାଇଁ କେତେ ଜମି ବିକାଶ କରାଯାଇଛି ?କେତେ ଭିତ୍ତିଭୂମି ବିକାଶ ହୋଇଛି ? କେଉଁ ସଂସ୍ଥାକୁ […]

You May Like

Pin It on Pinterest