ଜାପାନୀ ଏସ୍‌ସେଫାଲାଇଟସ୍‌ ନାଁରେ ଗୁଜବ ସୃଷ୍ଟିକାରୀ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ….

ଭୁବନେଶ୍ୱର,୨୫/୦୬(ଗୌତମ ମିଶ୍ର ):ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଭିଡ଼ିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାରେ ଜାପାନୀ ଏନ୍‌ସେଫାଲାଇଟ୍‌ସ, ଡିପ୍‌ଥେରିଆ ଓ ଜଣ୍ଡିସ୍‌ର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।
ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ଜୁନ୍‌ ମାସ ୧୭ ତାରିଖରେ ପ୍ରଥମ ଡିପ୍‌ଥେରିଆ କେସ୍‌ ଠାବ ହୋଇଥିଲା । ଏହି ଘଟଣା ପରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏବେ ୫ ବର୍ଷ ତଳକୁ ପିଲାମାନଙ୍କୁ ଟିକା ଦିଆଯାଉଛି । ୩ଟି ଗ୍ରାମକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଏଥି ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଏହି ଅଞ୍ଚଳକୁ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଜିଲ୍ଲାରେ ଟ୍ୟାଙ୍କର ଦ୍ୱାରା ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ସହ ଡିପ୍‌ଥେରିଆର ସ୍ଥିିତି ଉପରେ ନଜର ରଖିବା ସହ ଏହା ଯେପରି ଅଧିକ ନ ବ୍ୟାପେ, ସେଥିରେ ଅଙ୍କୁଶ ଲଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସମ୍ବଲପୁରରେ ବ୍ୟାପିଥିବା ଜଣ୍ଡିସ୍‌ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହା କାହିଁକି ହୋଇଛି ଓ କିପରି ବ୍ୟାପିଛି ଓ ଏହାକୁ ରୋକିବାକୁ କ’ଣସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟ ଜାଣିବାକୁ ଚାହିଁଥିଲେ ।

ବର୍ତ୍ତମାନ ସୁଦ୍ଧା ୮୨ଟି ଜଣ୍ଡିସ୍‌ କେସ୍‌ ସାମ୍‌ନାକୁ ଆସିଛି । ତେବେ ଲଗାତାର ଦୁଇଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । କୌଣସି ନୂଆ କେସ୍‌ ସାମ୍‌ନାକୁ ଆସିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ ସବୁ ବଦଳାଯାଉଛି । ୱାଟ୍‌କୋ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍‌ ସବୁକୁ ତନଖି କରାଯାଇଛି । ତେବେ ଜଣାଯାଉଛି ବହୁତଗୁଡ଼ିଏ ଘରକୁ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ ଲାଇନ୍‌ ନାଳ ତଳ ଦେଇଯାଇଛି ଏଥିରୁ ସଂକ୍ରମଣ ବ୍ୟାପୁଥିବାର ଜଣାପଡ଼ୁଛି । ତେବେ ଆଗାମୀ ୪ ଦିନ ମଧ୍ୟରେ ଏହି ସବୁ ବେଆଇନ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ଜଣ୍ଡିସ ନ ବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିରୀକ୍ଷଣ କରାଯାଉଛି । ଲୋକମାନେ ଅଯଥାରେ ଆତଙ୍କିତ ନହେବା ପାଇଁ ମାଇକ୍‌ ଯୋଗେ ସହରସାରା ପ୍ରଚାର କରାଯାଉଛି ।

ସହରରେ ଆବଶ୍ୟକ ସ୍ଥଳେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦେବା ସହ ହାଲୋଜେନ୍‌ ବଟିକା ବିତରଣ କରିବା ଓ ସମସ୍ତ ବେଆଇନ ପାଣି ସଂଯୋଗକୁ ବିଚ୍ଛିନ୍ନ କରିବା ସହ ମହାନଗର ନିଗମ ଖାଦ୍ୟ ଓ ପାନୀୟ ଜଳର ସ୍ୱଚ୍ଛତା ପରୀକ୍ଷା କରିବା ସହ ଏହାର ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଅନୁଗୋଳ ଜିଲ୍ଲାରେ ଦୁଇଟି ସନ୍ଦିU ଘଟଣା ସାମ୍‌ନାକୁ ଆସିଥିବାବେଳେ ସେଥି ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ମୃତୁ୍ୟ ହୋଇଥିବା ଶିଶୁଙ୍କଠାରେ ରକ୍ତହୀନତାଜନିତ ଅସୁସ୍ଥତା ଥିବାବେଳେ ଦ୍ୱିତୀୟ ଜଣଙ୍କ ସେପଫିସେମିଆରେ ଆକ୍ରାନ୍ତ ଥିଲେ ଓ ଦୁଇଜଣଯାକ ଅପପୁଷ୍ଟିର ଶିକାର ହୋଇ ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା ।
ଜିଲ୍ଲାରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ବୁଝାଉଛନ୍ତି । ଏହି ଦୁଇଟି ଘଟଣାରେ ଆକ୍ରାନ୍ତ ଶିଶୁଙ୍କର ଘର ପାଖରେ ଘୁଷୁରି ଦଳ ରହୁନଥିବାବେଳେ ମାଟି ମଧ୍ୟ ସନ୍ତସନ୍ତିଆ ନାହିଁ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରିଥିଲେ । ତେବେ ଏ ସମ୍ପର୍କିତ ସବିଶେଷ ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ଯେଉଁ ଗୁଜବ ସୃଷ୍ଟିକାରୀ ଓ ଅସାମାଜିକ ତତ୍ତ୍ୱ ଜାପାନୀ ଏନ୍‌ସେଫାଲାଇଟସ୍‌ ନାମରେ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରବା ସହ ଆତଙ୍କ ଖେଳାଉଛନ୍ତି, ସେମାନଙ୍କ ପ୍ରତି ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେୟାର କରନ୍ତୁ

Next Post

ଚୋର କୁ କାବୁ କଲେ ଥାନା ଏ ଏସ୍ ଆଇ ପ୍ରୀତିରଞ୍ଜନ୍ ରାଏ, ଚୋରୀ ବାଇକ୍ ଜବତ ୪ ଅଭିଯୁକ୍ତ କୋର୍ଟ ଚାଲାଣ....

Tue Jun 25 , 2024
ଉତ୍ତମ ରାଉତ(ମାହାଙ୍ଗା): କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଂଚଳରେ ଚୋରି ହୋଇଥିବା ବାଇକ୍ କେନ୍ଦ୍ରାପଡା ଜିଲ୍ଲା ଲୋକନାଥପୁର ରୁ ଜବତ କରିଛି ପୋଲିସ। ଏଥିସହ ୪ ବାଇକ୍ ଲୁଟେରାଙ୍କୁ ମଧ୍ଯ କାବୁ କରିବାରେ ସଫଳ ହୋଇଛି ଭଦ୍ରେଶ୍ଵର ପୋଲିସ। ସୂଚନାମୁତାବକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରୁ OD -05-BA-1134 ନମ୍ବର ଏକ ଟିଭିଏସ ଆପଚି ବାଇକ୍ ଚୋରି ହୋଇଥିବା ନେ଼ଇ ଅନିଲ […]

You May Like

Pin It on Pinterest