ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ୨୦୨୬ ପାଇଁ ପ୍ରସ୍ତୁତି ବୈଠକ….

କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ): ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ୨୦୨୬କୁ ଶାନ୍ତିଶୃଙ୍ଖଳା ସହିତ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ରଥଗଠନ, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘଣ୍ଟ,ରାସ୍ତାଘାଟ ମରାମତି, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା, ସୂଚନା କେନ୍ଦ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ କଟକଣା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ରଥଦାଣ୍ଡ ସଫେଇ, ଆପ୍ରୋଚ ରାସ୍ତା ମରାମତି, ଆମ୍ବୁଲାନ୍ସ ସେବା, ପରିବା ବିକାଳୀଙ୍କୁ ବଡଦାଣ୍ଡରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ନବସିବା ପାଇଁ ବାରଣ କରାଯିବା, ସଫେଇ ବ୍ୟବସ୍ଥା, ଅଚଳ ଷ୍ଟ୍ରିଟ ଲାଇଟ୍ ମରାମତି, ହାଇମାକ୍ସ ଲାଇଟ୍ ବ୍ୟବସ୍ଥା,ବଡଦାଣ୍ଡରେ ଆମିଷ ସମ୍ପୂର୍ଣ ଭାବେ ବିକ୍ରି ବନ୍ଦ କରାଯିବା, ଅସ୍ଥାୟୀ ସିସି ଟିଭି ଲଗେଇବା, ଠାକୁରଙ୍କ ସାମ୍ନାରେ ସେବାୟତ ମାନେ ଭିଡ଼ ନ କରିବା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଚଳିତ ରଥଯାତ୍ରା ଓ ବାହୁଡାଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣ ଓ ସେବାୟତମାନଙ୍କ ସାହାଯ୍ୟ ସହଯୋଗ କାମନା କରାଯାଇଥିଲା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ୧୨ ଗୋଟି ଷ୍ଟଲ ଖୋଲା ଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ରଥଯାତ୍ରାର ପ୍ରଥମ ଓ ଦ୍ୱିତୀୟ ଦିବସ ଏବଂ ବାହୁଡା ଯାତ୍ରାର ପ୍ରଥମ ଓ ଦ୍ୱିତୀୟ ଦିବସରେ ସମୁଦାୟ ୪ ଦିନ ପାଇଁ ମଦ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଶ୍ରୀ ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ନବକ୍ରିଷ୍ଣ ଜେନା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ଦୁର୍ଗାପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଅମିତାଭ ସୁଆର, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୌରାପରିଷଦ ଅଧ୍ୟକ୍ଷା ସରିତା ସାହୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଦେବୋତ୍ତର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ପୂର୍ବତନ ପୌରାପରିଷଦ ଅଧ୍ୟକ୍ଷ ଧୀରେନ ସାହୁ ଓ ପଣ୍ଡିତ ହୃଷୀକେଶ ରଥ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ମହାରଣା ସେବକ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ ।

ସେୟାର କରନ୍ତୁ

Next Post

ଆଜି ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଇଣ୍ଡୋନେସିଆ ଗସ୍ତ : ଭାରତର ବିକାଶ ମୂଳକ ସମାଧାନକୁ ନେଇ ଆଶାବାଦୀ ଇଣ୍ଡୋନେସିଆ

Mon Jul 6 , 2026
ନୂଆଦିଲ୍ଲୀ(ବାସ୍ତବକଥା) :ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଅଧିକ ମଜଭୁତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି I ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ ଅନେକ ଆଶାବାଦୀ ରହିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ୍ ନବସୃଜନର ବ୍ୟବହାର ଏବଂ ଭାରତର ବିକାଶମୂଳକ ସମାଧାନଗୁଡ଼ିକୁ ନିଜ ବିକାଶର ଉତ୍ସ ଭାବେ ଗ୍ରହଣ […]

You May Like

Pin It on Pinterest