
ସଂଜୟ ଶତପଥୀ(କଟକ)୧୨/୭/: ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ପକ୍ଷରୁ ଲିଙ୍କ ରୋଡ ସ୍ଥିତ ଶୀତଲ ହୋଟେଲରେ ବିଶ୍ୱ ଜନସଂଖ୍ଯା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ରେଭେନସା ବିଶ୍ୱବିଦ୍ଯାଳୟର ପ୍ରାଧ୍ଯାପକ ପ୍ରଫେସର ଶିବବ୍ରତ ଦାସ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ଯରେ ଜନସଂଖ୍ଯା ଦିବସର ତାତ୍ପର୍ଯ୍ଯ ଏବଂ ଜନସଂଖ୍ଯା ସମ୍ବନ୍ଧିତ ବିବିଧ ବିଷୟର ପରିସଂଖ୍ଯାନ ଭିତ୍ତିକ ତଥ୍ଯ ଉପସ୍ଥାପନ କରିଥିଲେ l
କ୍ଲବର ସଭାପତି ଦୀପକ କୁମାର ମହାନ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ସମ୍ପାଦକ ଗଣେଶ ପ୍ରସାଦ ସାହୁ ଅନୁଷ୍ଠାନର ଆଗାମୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଏହି ଉତ୍ସବରେ କ୍ଲବର ପୂର୍ବତନ ସଭାପତି ଚନ୍ଦ୍ରପ୍ରଭା ମହାନ୍ତି , ପ୍ରଦୀପ କୁମାର ମହାନ୍ତି, ଡ. ନାରାୟଣ ମହାନ୍ତି, ଡ.ଜଗନ୍ନାଥ ଦାସ, ଡ. ଶରତ ଚନ୍ଦ୍ର ଦାସ, ସଞ୍ଜୀବ କୁମାର ବୈଶାଖ, ପୂର୍ବତନ ସମ୍ପାଦକ ସୁଧୀର ରଥ, ଞ୍କାନେନ୍ଦ୍ର ବିଶ୍ୱାଳ , ପୂର୍ବତନ କୋଷାଧ୍ଯକ୍ଷ ବିଜୟ କୁମାର ଆଚାର୍ଯ୍ଯ, ପ୍ରତ୍ଯୁଷ ମହାରଣା ଏବଂ କଟକ ସହରର ଅନେକ ବୁଦ୍ଧିଜିବୀ ଯୋଗ ଦେଇଥିଲେ l