ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସ୍ବତନ୍ତ୍ର ଆଇନ ପ୍ରଣୟନର ଦାବୀ ରଖିଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍….

କଟକ(ସଂଜୟ ଶତପଥୀ): ନୂଆଦିଲ୍ଲୀସ୍ଥିତ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଷ୍ଟ୍ରୀୟ ସଂଗଠକ ଶ୍ରୀମତୀ ମମତା ସେହେଗାଲ୍ ଙ୍କ ନିର୍ଦ୍ଦେଶରେ ଫାଉଣ୍ଡେସନ ର ରାଷ୍ଟ୍ରୀୟ ଉପ-ସଭାନେତ୍ରୀ ସୁଶ୍ରୀ ପୁଷ୍ପିତା ମହାପାତ୍ର ଙ୍କ ନେତୃତ୍ବରେ ଫାଉଣ୍ଡେସନର ଏକ ପ୍ରତିନିଧି ମଣ୍ଡଳୀ କଟକ ର ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଡାକୁଆ(ଭା.ପ୍ର.ସେ) ଙ୍କୁ ଭେଟି ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହାକୁ ବିଚାରକୁ ନେବା ଲାଗି ଅନୁରୋଧ କରିଥିଲ।

ଗଣମାଧ୍ୟମ ର ପ୍ରଶ୍ନ ର ଉତ୍ତର ରେ ଉପ-ସଭାନେତ୍ରୀ ସୁଶ୍ରୀ ପୁଷ୍ପିତା ମହାପାତ୍ର ଦେଶରେ ଅହେତୁକ ଜନସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସାରା ଦେଶ ସନ୍ତୁଳନ ହରାଇ ବସୁଛି।ଏହି ଜନସଂଖ୍ୟା ବୃଦ୍ଧି ଯୋଗୁଁ ବେକାରୀ ସମସ୍ୟା, ଅର୍ଥାଭାବ ସହ ଦେଶବାସୀ ମାନେ ଅନେକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଜନସଂଖ୍ୟା ବୃଦ୍ଧି ଦିଗରେ ରୋକ୍ ଲଗାଇବା ବର୍ତ୍ତମାନ ପରିସ୍ଥିତିରେ ନିହାତି ଅପରିହାର୍ଯ୍ୟ ହୋଇପଡ଼ିଛି।କେନ୍ଦ୍ର ତଥା ରାଜ୍ୟ‌ ସରକାର ଏଥିପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ସହ ଦୁଇଟି ରୁ ଅଧୂକ ସନ୍ତାନର ପିତାମାତାଙ୍କୁ ସମସ୍ତ ସରକାରୀ ସୁବିଧା ଯଥା ଚାକିରୀ, ଭତ୍ତା, ପେନସନ ଓ ଅନ୍ୟାନ୍ୟ ସମସ୍ତ ସୁବିଧାରୁ ବଞ୍ଚୂତ କରିବା ଆବଶ୍ୟକ ହୋଇପଡିଛି। ଯାହାଫଳରେ କି ଦେଶର ଉନ୍ନତି ଓ ପ୍ରଗତି ଦିଗରେ ଏହା ବିରାଟ ପଦକ୍ଷେପ ହେବ ବୋଲି ସୁଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

କଟକର ମାନନୀୟ ଜିଲ୍ଲାପାଳ ଦାବୀପତ୍ର କୁ ଗ୍ରହଣ କରିବା ସହ ଏହି ଦିଗରେ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ସଂଯୋଜିକା ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ଆଇନଜୀବୀ ଶ୍ରୀ ଶିବ ମହାନ୍ତି, ଆଇନଜୀବୀ ଶ୍ରୀମତୀ ନମିତା ପଟ୍ଟନାୟକ, ଆଇନଜୀବୀ ଶ୍ରୀମତୀ ରୀନା ନାୟକ, ଆଇନଜୀବୀ ଶ୍ରୀ ଚିନ୍ମୟ ସ୍ବାଇଁ, ସଦସ୍ୟ ଶ୍ରୀ ଅମ୍ବିକା ଦାସଙ୍କ ସହ ବହୁ ସଦସ୍ୟ ଯୋଗ ଦେଇଥିଲେ।

ସେୟାର କରନ୍ତୁ

Next Post

ବିଜେପିକୁ ଶକ୍ତଧକ୍କା....

Sat Jul 13 , 2024
୭ ରାଜ୍ୟର ୧୩ ବିଧାନସଭା ଆସନରେ ଭୋଟ ଗଣତି –୧୩ ଆସନରୁ ୫ ଆସନରେ ଆଗୁଆ ଚାଲିଛି କଂଗ୍ରେସ–ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗୁଆ Congress-ପଶ୍ଚିମବଙ୍ଗର ୪ଟି ଆସନରେ ଆଗୁଆ TMC–ମାତ୍ର ଗୋଟିଏ ଆସନରେ ଆଗୁଆ BJP-ପଞ୍ଜାବର ଗୋଟିଏ ଆସନରେ ଜିତିଲା ଆମ୍‌ ଆଦମୀ ପାର୍ଟି . ସେୟାର କରନ୍ତୁ

You May Like

Pin It on Pinterest