ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ; ୬ଟି ପ୍ରସ୍ତାବ ଉପରେ ଆଲୋଚନା, ଭିତର ଓ ବାହାର ରତ୍ନଭଣ୍ଡାରର ଟେକ୍ନିକାଲ ସ୍କାନିଂ ଉପରେ ଗୁରୁତ୍ୱ…

ଭୁବେନଶ୍ବର(ନି.ପ୍ର): ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ଆଲୋଚନା ହୋଇଛି ।ଟେକ୍ନିକାଲ ସ୍କାନିଙ୍ଗ ଉପରେ ରାଜ୍ୟ ସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସେହିପରି ଶ୍ରୀମନ୍ଦିର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଯେକୌଣସି ବ୍ୟକ୍ତି ଶ୍ରୀମନ୍ଦିର ଜମି ଉପରେ ଯଦି ଲୋଲୁପ ଦୃଷ୍ଟି ପକାନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ଭୂ- ସମ୍ପତ୍ତି ପରିଚାଳନା ଅଧିନିୟମ ପାଇଁ ଆଲୋଚନା ହୋଇଛି । ଏନେଇ ସରକାରଙ୍କ ଅନୁମୋଦନ ପରେ କାର୍ୟ୍ୟକାରି କରାଯିବ । ଅଭଡ଼ା ଯୋଜନାରେ ଆସିଥିବା ୩୫ଟି ଏସି ମିନି ଇ-ବସ ଓଏସଆରଟିସିଙ୍କୁ ହସ୍ତାନ୍ତର କରାଯିବା ନେଇ ବେଠକରେ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ।ଅର୍ପଣ ଚାଉଳ ନେଇ ସମ୍ପୃକ୍ତ ନିଯୋଗଙ୍କ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।

ସେୟାର କରନ୍ତୁ

Next Post

କଟକ ମହାନଗର ନିଗମ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ....

Tue Aug 6 , 2024
ସଂଜୟ ଶତପଥୀ(କଟକ): କଟକ ସହରର ମୂଖ୍ୟ ସମସ୍ୟା ହେଉଛି ଜଳ ନିଷ୍କାସନ। କିନ୍ତୁ ମହାନଗର ନିଗମ ପକ୍ଷରୁ ଶତଚେଷ୍ଟା ସତ୍ତ୍ବେ ଏହି ନିଷ୍କାସନ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇ ପାରିନାହିଁ। ଆବଶ୍ୟକତାକୁ ଦେଖୂ ନିଗମ ପକ୍ଷରୁ ବିଗତ କିଛି ଦିନ ତଳେ ବକ୍ସ ଡ୍ରେନ୍ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ କଟକ ସହର ମଧ୍ୟରେ ଥିବା ଛୋଟ ଛୋଟ ନାଳ, କିଛି ବଡନାଳ କୁ ଠିକ୍ ଭାବରେ ଜଳ ନିଷ୍କାସନ […]

You May Like

Pin It on Pinterest