ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ ହେବ:ଆଇନ ମନ୍ତ୍ରୀ

ନବ ଦାସ ହତ୍ୟାକାଣ୍ଡ,ର ପୁନଃ ତଦନ୍ତ ହେବ,ବିଜେପି ସରକାରଙ୍କ ବଡ ନିଷ୍ପତ୍ତି।ଖୋଲିବକି ନବ ଦାସଙ୍କ ହତ୍ୟା ମାମଲାର ଗୁମର ।ତଥ୍ଯ ଅନୁସାରେ ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି ।

ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ଦାସ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା ।

ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ନବ ଦାସଙ୍କ ମାମଲା ନୁହେଁ, ୨୦୨୨ ମମିତା ମେହର ହତ୍ୟା ମାମଲା ଏବଂ ୨୦୦୮ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମମିତାଙ୍କ ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠିଥିଲା । ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବବା ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିଲେ । ଏସବୁ ମାମଲା ପୁଣି ଖୋଲିବା ନେଇ ଆଇନ ମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବାର ଲକ୍ଷ କରାଯାଇଛି।

ସେୟାର କରନ୍ତୁ

Next Post

କଟକ ଉଠାଦୋକାନୀ ମହାସଙ୍ଘ ଥଇଥାନ ଦାବିରେ ସିଏମସି ଘେରାଉ....

Wed Aug 14 , 2024
କଟକ(ସଂଜୟ ଶତପଥୀ)୧୪/୮:ଉଛେଦ ନୁହେଁ ଥଇଥାନ କର ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ଆହ୍ୱାନରେ ଏକ ବିଶାଳ ସମାବେଶ ମହାନଗର ନିଗମ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।ଆଜି ପୂର୍ବାହ୍ନ ୧୧ ଘଟିକାରୁ ଉଠାଦୋକାନୀମାନଙ୍କର ବିଶାଳ ଶୋଭାଯାତ୍ରା ପୁରୀଘାଟ ଠାରୁ ବାହାରି ତେଲେଙ୍ଗାବଜାର ଦେଇ ମହାନଗର ନିଗମ ସମ୍ମୁଖରେ ପହଞ୍ଚିଥିଲା ।ସେଠାରେ ପହଞ୍ଚିବା ପରେ କଟକ ଉଠାଦୋକାନୀ ମହାସଙ୍ଘର ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା […]

You May Like

Pin It on Pinterest