ଟାଇମ୍‍ପାସ’ ପ୍ରକାଶନର ବହିବର୍ଷା ଲୋକାର୍ପିତ ହେଲା ତେରଟି ନୂତନ ପୁସ୍ତକ….

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ‘ଟାଇମପାସ’ ପ୍ରକାଶନ ସଂସ୍ଥା ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ନୂତନ ପୁସ୍ତକ।

ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍‍ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଶଙ୍ଖହୁଳହୁଳି ନାଦରେ ନଡ଼ିଆ ଭାଙ୍ଗି ଉଦ୍‍ଘାଟନ କରିଥିଲେ ଦୀର୍ଘ ଚାଳିଶ ବର୍ଷ ଧରି ହିମାଳୟ ଗିରିଶୃଙ୍ଗରେ ଟ୍ରେକିଂ କରିଥିବା ସମ୍ବଲପୁରର ବରିଷ୍ଠ ଲେଖକ ଧ୍ରୁବପ୍ରସାଦ ପଣ୍ଡା।

କବିତା ବିଭାଗରେ ଡ. ପ୍ରସନ୍ନ କୁମାର ମହାନ୍ତିଙ୍କ ‘ଶ୍ରେଷ୍ଠ କବିତା’, ଡ. ସଂଗ୍ରାମ ଜେନାଙ୍କ ‘ଶ୍ରେଷ୍ଠ କବିତା’, ପ୍ରଜ୍ଞାଶ୍ରୀ ରଥଙ୍କ ‘ତୁମକୁ ମୁଁ ଗଢେ’, କମଳ କୁମାର ମହାନ୍ତିଙ୍କ ‘ସତସବୁ ସ୍ୱପ୍ନ ଯେମିତି’, ଶତ୍ରୁଜିତଙ୍କ ‘ପ୍ରେମ ହେଇଯାଏ’; ପ୍ରୀତିପଦ୍ମା ଦାସଙ୍କ ସଂପାଦିତ ‘ଗାଆଁ’, ସରୋଜ ବଳଙ୍କ ସଂପାଦିତ ‘ଦେଶ’ ଆଦି ଲୋକାର୍ପିତ ହୋଇଥିବାବେଳେ ଗଳ୍ପରେ ସୁପ୍ରିୟା ପଣ୍ଡାଙ୍କ ‘କଫି ହାଉସ’ ଓ ସୀତେଶ ତ୍ରିପାଠୀଙ୍କ ସଂପାଦିତ ‘ଆତଙ୍କ’; ପ୍ରବନ୍ଧରେ ଧ୍ରୁବପ୍ରସାଦ ପଣ୍ଡାଙ୍କ ‘ହିମାଳୟର ସନ୍ଥସ୍ପନ୍ଦନ’, ଡ. ପ୍ରମୋଦିନୀ ହୋତାଙ୍କ ‘ବଣ୍ଡା: ସିନ୍ଧେବରର ଅକୁହା କଥା’ ଏବଂ ଉପନ୍ୟାସରେ ଭୁବନେଶ୍ୱରୀ ପଣ୍ଡାଙ୍କ ‘ମାୟା ପରଦା’, ଶର୍ମିଷ୍ଠା ମହାନ୍ତିଙ୍କ ‘ଲାପତ୍ତା’ ଆଦି ପୁସ୍ତକ ଉନ୍ମାଚିତ ହୋଇଥିଲା।

ଉତ୍ସବରେ ଅଧ୍ୟକ୍ଷତା ଓ ସଂଚାଳନ କରିଥିବା ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ ଲେଖକମାନଙ୍କୁ ମିଠା ଖୁଆଇ ଓ ଉପହାର ଦେଇ ସ୍ୱାଗତ କରିଥିଲେ। ଲେଖକମାନେ ସେମାନଙ୍କ ପୁସ୍ତକ ପଛର ରହସ୍ୟ ବିଷୟରେ ବର୍ଣ୍ଣନା କରିବା ସହ ପ୍ରଥମ ଗ୍ରାହକଙ୍କ ପୁସ୍ତକରେ ଅଟୋଗ୍ରାଫ୍‍ ପ୍ରଦାନ କରିଥିଲେ।

ପରିଚାଳନାରେ ସହଯୋଗ କରିଥିଲେ ବିଭୂତି ଖୁଣ୍ଟିଆ, ତିଳୋତ୍ତମା ଦାସ, ପ୍ରିୟାଂଶୁ ପ୍ରିୟଦେବ, ସୋନମ ଦାସ, ଶୁଭଶ୍ରୀ ସାହୁ, ସୁବ୍ରତ ମହାନ୍ତି, ସମ୍ବିତ ଲେଙ୍କା ଓ ସମାସ ବଳ। ଶତାଧିକ ଲେଖକ ଓ ପାଠକ ‘ବହିବର୍ଷା’ରେ ଯୋଗଦେଇ ଏହାକୁ ସଫଳ କରିଥିଲେ।

ସେୟାର କରନ୍ତୁ

Next Post

ଉତ୍କଳର ଦ୍ୱିତୀୟ ଶତାବ୍ଦୀର ରୋଡ୍‌ମ୍ୟାପ୍ ଉନ୍ମୋଚିତ : ପ୍ରକାଶ ପାଇଲା ‘ହ୍ୱାଇଟ୍ ପେପର୍ ୨୦୨୬’

Tue Aug 11 , 2026
ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ): ଉତ୍କଳ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ଆକଳନ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ ‘ରିରାଇଟିଂ ଉତ୍କଳ: ସ୍କ୍ରିପ୍ଟିଂ ଏ ନ୍ୟୁ ଗ୍ରାମାର୍ ଫର୍ ଦି ୟୁନିଭରସିଟି’ ଶୀର୍ଷକ ଏକ ଦିବସୀୟ କର୍ମଶାଳାରେ ‘ହ୍ୱାଇଟ୍ ପେପର୍ ୨୦୨୬’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଅଡିଟ୍ ରିପୋର୍ଟ ଏବଂ ଓଏସଡି ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଶ୍ୱେତପତ୍ରର ଦୃଷ୍ଟିକୋଣ ଓ ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ ଏକ […]

You May Like

Pin It on Pinterest