ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କଟକର ପୁଅ ସାଇ ସୌରଭ…

କଟକ(ସଂଜୟ ଶତପଥୀ) ୨୬।୦୮ : ମହାନଦୀବିହାର ବାସିନ୍ଦା ସମାଜସେବୀ ସଞ୍ଜୟ ଜେନା ଓ ଶିକ୍ଷାବିତ ଦେବର୍ଷୀ ରାଉତଙ୍କ ସୁପୁତ୍ର ସାଇ ସୌରଭ ଜେନା ୧୭ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ୨୦୨୪ ମସିହାରେ ଏହି ସଫଳତା ପାଇବାରେ ସାଇ ସୌରଭ ଓଡ଼ିଶାର ପ୍ରଥମ ଛାତ୍ର ।

ସୂଚନାଯୋଗ୍ୟ, ଦୈନଦିନ ଜୀବନରେ ବିଭିନ୍ନ ପ୍ରକାରର ପାରିବାରିକ ଓ ସାମାଜିକ ବ୍ୟାପାରକୁ ନେଇ ଉପୂଜୁଥିବା ସମସ୍ୟାରେ ଛନ୍ଦି ହୋଇ ଆଜିର ଯୁବପିଢି ଆତ୍ମହତ୍ୟାକୁ ଆପଣେଇ ନେଇଛନ୍ତି । ଏହାକୁ ରୋକିବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି ମହାନଦୀବିହାର ଅଂଚଳ ତଥା ଗଣ୍ଡରପୁର ଏଲ ଆର ଡିଏଭି ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ସାଇ ସୌରଭ । ସାଇ ସୌରଭ ଭିଜନ ଟ୍ରଷ୍ଟ ନାମରେ ଏକ ସଂଗଠନ ଗଢି ୧୦ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ଏଥିରେ ସାମିଲ କରି ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା ଠାରୁ କିପରି ଦୂରେଇ ରହି ହେବା ସେ ଦିଗରେ ସଚେତନତା ବାର୍ତା ପ୍ରଦାନ କରିବା ସହିତ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ମଧ୍ୟ କରୁଛନ୍ତି ।

ଏଥିସହିତ କରୋନା ମହାମାରୀ ସମୟରେ ଲୋକମାନଙ୍କୁ ବିନା ମୂଲ୍ୟରେ ଟୀକା ଯୋଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହିସବୁ ଭିନ୍ନ ଧରଣର କାର୍ଯ୍ୟ ପାଇଁ ସାଇ ସୌରଭ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ଆମ ରାଜ୍ୟ ତଥା କଟକ ପାଇଁ ଗର୍ବ ଆଣିଦେଇଛନ୍ତି । ମୋ ବାପାଙ୍କ ପରି ସମାଜସେବା କାର୍ଯ୍ୟ କରିବା ହିଁ ମୋର ଏକମାତ୍ର ଲକ୍ଷ ବୋଲି ସାଇ ସୌରଭ ତାଙ୍କ ପ୍ରତିକ୍ରିୟାରେ କହିଥିବା ବେଳେ ଏହି ସଫଳତା ପାଇଁ ରାଜ୍ୟର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ସେୟାର କରନ୍ତୁ

Next Post

ପଲ୍ଲୀ ଶିକ୍ଷା ବିକାଶର ସ୍ବପ୍ନ ଦେଖିଥିଲେ ବ୍ରଜମୋହନ ଲରମ୍ଭା କଲେଜ ପାଳିତ କଲା ପ୍ରତିଷ୍ଠା ଦିବସ....

Mon Aug 26 , 2024
ବରଗଡ଼୨୬/୮(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜନ୍ମା ଷ୍ଟମୀ ଅବସରରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି।ମହା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ମାନ୍ୟବର ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ,ସମ୍ମାନିତ ଅତିଥି ମାନ୍ୟବର ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ରଂଜନ ମହାନନ୍ଦ,ମୁଖ୍ୟବକ୍ତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ କଲେଜର ସହକାରୀ ଓଡିଆ ପ୍ରାଧ୍ୟାପକ […]

You May Like

Pin It on Pinterest