
ଭୁବନେଶ୍ୱର ୦୫/୦୯(ଗୌତମ ମିଶ୍ର ) ପଶ୍ଚିମ ଓଡିଶା ର ପାରମ୍ପରିକ ଗଣପର୍ବ ନୁଆଖାଇ ସେପ୍ଟେମ୍ବର ୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ କୃଷି ଭିତ୍ତିକ ପର୍ବ ସମସ୍ତ ପଶ୍ଚିମ ଓଡିଶା ଲୋକେ ଏହି ପର୍ବ ରେ ନିଜକୁ ସାମିଲ କରିଥାନ୍ତି। ଧାନ ଅମଳର ଖୁସିରେ ଏହି ଉତ୍ସବ ପାଳନ କରାଯାଇଥାଏ। ସମସ୍ତେ ନିଜ ନିଜ ଘରେ ପିଠା ପଣା ନାଚ ଗୀତ ରେ ମସଗୁଲ ହୋଇ ଏହି ଉତ୍ସବ ର ମଜା ଉଠାନ୍ତି ।
ଏହି ଉତ୍ସବ ବର୍ତ୍ତମାନ ସମୟ ରେ କେବଳ ପଶ୍ଚିମ ଓଡିଶା ରେ ସୀମିତ ନାହିଁ ଏହା ର କାୟା ଭାରତ ମଧ୍ୟରେ ଥିବା ରାଜ୍ୟମାନଙ୍କରେ ସୀମିତ ନାହିଁ ଏହା ବିଦେଶ କୁ ବ୍ୟାପ୍ତ ହୋଇଛି।ଏହି ପର୍ବ ରେ ପଶ୍ଚିମ ଓଡିଆ ଲୋକେ ତାଙ୍କ ଫସଲ ଅମଳ ଧାନ କୁ ସାମଲେଶ୍ୱରୀଙ୍କୁ ଉତ୍ସର୍ଗ କରାଯାଇଥାନ୍ତି।ଏହି ପର୍ବ ନୂତନ ଅମଳର ଏକ ଉତ୍ସବ ଏବଂ ପୃଥିବୀର ଅନୁଗ୍ରହ ପାଇଁ କୃତଜ୍ଞତା ଜଣାଇବା ପାଇଁ ଏକ ସମୟ। ଏହି ଉତ୍ସବ ଅଞ୍ଚଳର କୃଷି ଅର୍ଥନୀତିର ପ୍ରତିଫଳନ। ଏହା କୃଷକଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରେ ଏବଂ ସମ୍ପ୍ରଦାୟକୁ ବଜାୟ ରଖିବାରେ କୃଷିର ଗୁରୁତ୍ୱ କୁ ବୃଦ୍ଧି କରିଥାଏ।ନୂଆଖାଇ ‘ଓଡିଆ ଅସ୍ମିତା ‘ ପରିଚୟ। ଓଡିଶାର ପାଶ୍ଚାତ୍ୟ ଅଞ୍ଚଳର କଳା, ସାହିତ୍ୟ, କୃଷି,ସାଂସ୍କୃତିକ ପ୍ରଚାର ଏବଂ ଏହାର ସଂରକ୍ଷଣ ର ରୂପରେଖ।
ଏହି ପାରମ୍ପରିକ ଐତିହ୍ୟ କୃଷି ପର୍ବ କୁ ଆହୁରି ସୃଦୃଢ କରିବା ଏବଂ ସମଗ୍ର ଓଡିଶା କୁ ଏହି ପର୍ବ ରେ ସାମିଲ କରି ଭାଇଚାରା ର ଏକ ନିଆରା ପରମ୍ପରା ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି ପରିବେଶବିତ,ସାମାଜିକ କାର୍ଯ୍ୟକର୍ତ୍ତା,ସମାଜ ସଂସ୍କାରକ, ଆଦିଭା ସି ଭିଜନ ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅନୁଶ୍ରୀ ଦାଶ।
ଶ୍ରୀମତୀ ଦାଶ ନୂଆଖାଇ ପର୍ବ କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବୁଧବାର ଓଡିଶା ର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କୁ ଭେଟି
ରାଜଭବନ ରେ ନୁଆଖାଇ ଏବଂ ନୁଆଖାଇ ଭଟଘାଟର ଉତ୍ସବ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।
ଏହି ନୁଆଖାଇ ଭଟଘାଟ ରାଜଭବନ ରେ ପାଳିତ ହେଲେ ଏହା ଏକ ନୂତନ ପରମ୍ପରା ସୃଷ୍ଟି ହେବା ସହ ପଶ୍ଚିମ ଓଡିଶା ର ସଂସ୍କୃତି ଜାଗରଣ ର ଉର୍ତ୍ସ ରେ ପରିଣତ ହେବ। ଏହି ଭେଟଭାଟ ରେ ପଶ୍ଚିମ ଓଡିଶା ର ପାରମ୍ପାରିକ ସଙ୍ଗୀତ ଏବଂ ଲୋକନୃତ୍ୟ ପ୍ରଦର୍ଶନ ସହିତ ସ୍ଥାନୀୟ ଐତିହ୍ୟ ସ୍ଥାନ ପାଇବ ଯାହା ସମସ୍ତ ଙ୍କୁ ଆନନ୍ଦ ପ୍ରଦାନ କରିବ ବୋଲି ଶ୍ରୀମତୀ ଦାଶ ରାଜ୍ୟପାଳ ଙ୍କୁ ଆଦିଭା ସି ଭିଜନ ପକ୍ଷରୁ ଅନୁରୋଧ କରିଛନ୍ତି।
ଏଥିସହ ଶ୍ରୀମତୀ ଦାଶ କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କୁ ଏହି କାର୍ଯ୍ୟକ୍ରମ କିପରି ସଂଗଠିତ ହୋଇପାରିବ ସେଥିପାଇଁ ମଧ୍ୟ ଗୁରୁବାର ଅନୁରୋଧ କରିଛନ୍ତି।