ତ୍ରୀଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ -୨୦୨୪ ପାଇଁ କଳସ ଶୋଭାଯାତ୍ରା…

ସଂଜୟ ଶତପଥୀ(କଟକ): ଆଜି କଟକ ଓ.ଏମ୍.ପି ଛକ ସ୍ଥିତ ଓଡ଼ିଶା ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ପରିସରରେ ପ୍ରତିଷ୍ଠିତ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ପରି ସମଗ୍ର ବିଶ୍ୱର କଲ୍ୟାଣାର୍ଥେ ତ୍ରୀଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ -୨୦୨୪ ର ଆୟୋଜନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ ର ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ସପତ୍ନୀକ ଏବଂ ବାଟାଲିୟନର ସମସ୍ତ ଅଧିକାରୀ ଓ କର୍ମଚାରୀ ସପତ୍ନୀକ କଟକ ର ଗୁରୁ ନାନକ ସ୍କୁଲ ନିକଟସ୍ଥ ପୂଣ୍ୟତୋୟା ମହାନଦୀ ଘାଟରୁ ଜଳପୂର୍ଣ୍ଣ କଳସ ଆଣିବା ପରେ ବିଶିଷ୍ଟ ପଣ୍ଡିତ ଙ୍କ ଦ୍ଵାରା ପୁଜା, ତର୍ପଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଧୂ ସମାପନ ପରେ ଜଳପୂର୍ଣ୍ଣ କଳସ କୁ ଧରି ଚାଲିଚାଲି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ଯଜ୍ଞମଣ୍ଡପ ପରିକ୍ରମା କରିଥିଲେ। ତତ୍ପରେ ଉକ୍ତ କଳସ ପୂର୍ବୋକ୍ତ ଯଜ୍ଞମଣ୍ଡପ ରେ ସ୍ଥାପନ କରାଯାଇଥିଲା।

ଏହି ବିଶ୍ଵଶାନ୍ତି ମହାଯଜ୍ଞ ର ମୂଖ୍ୟକର୍ତ୍ତା ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଓ ମୂଖ୍ୟକର୍ତ୍ତୀ ଶ୍ରୀମତୀ ମଲ୍ଲିକ ରହିଥିବା ବେଳେ ମୂଖ୍ୟ ପୁରୋଧା ଭାବେ ବିଶିଷ୍ଟ ପଣ୍ଡିତ ଶ୍ରୀ ରବିନାରାୟଣ ପଣ୍ଡା ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ବାଟାଲିୟନର ଉପ-ଦୁର୍ଗପତି, ସହକାରୀ ଦୁର୍ଗପତି, ସଂଘ ର ସଭାପତି ଶ୍ରୀ ଅଶୋକ ନାୟକ, ସମ୍ପାଦକ ଶ୍ରୀ ବିମଳ ପାତ୍ର ଓ ଅନ୍ୟାନ୍ୟ ବହୁ କର୍ମଚାରୀ ଯୋଗଦେବା ସହ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ଫେବୃଆରୀ ୨୧ରୁ ମାଟ୍ରିକ୍‌ ପରୀକ୍ଷା

Thu Nov 14 , 2024
ବାସ୍ତବ ବ୍ୟୁରୋ: ଆସନ୍ତା ଫେବୃଆରୀ ୨୧ ତାରିଖ ଠାରୁ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ଦ୍ବାରା ପରିଚାଳିତ ମାଟ୍ରିକ୍‌ପରୀକ୍ଷା-୨୦୨୫ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ଏହି ସୂଚନା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦିଆଯାଇଛି। ସୂଚନାନୁଯାୟୀ, ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ହେବ। ୨୪ ତାରିଖରେ ଇଂରାଜୀ, ୨୭ ତାରିଖରେ […]

You May Like

Pin It on Pinterest