ସୁଭାଷ ସଂଗଠନ ପକ୍ଷରୁ କଟକର ଯୁବପିଢୀଙ୍କ ନିମନ୍ତେ କର୍ମନିଯୁକ୍ତି ପାଇଁ ପ୍ରୟାସ…

କଟକ(ସଂଜୟ ଶତପଥୀ):ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଏଡିଏମ ଶ୍ରୀଯୁକ୍ତ ଅଭିନାଶ ରାଉତଙ୍କୁ ସୁଭାଷ ସଂଗଠନର ସଦସ୍ୟମାନେ ଗତ ବୁଧବାର ଭେଟି “ଭୋକାଲ ଫର ଲୋକାଲ” କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ଯୁବପିଢୀଙ୍କ ଦକ୍ଷତା ଅନୁସାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ମନିଯୁକ୍ତିର ସୁଯୋଗ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଛନ୍ତି।

ସଂଗଠନ ପକ୍ଷରୁ ମତ ପ୍ରକାଶ କରିଛନ୍ତି ଯେ, ବିଶ୍ଵସ୍ତରୀୟ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ ଓ ନିର୍ମାଣ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଲୋକମାନେ ସରକାରଙ୍କ କହିବା ଅନୁଯାୟୀ ନିଜ ଇଚ୍ଛାରେ ସରକାରଙ୍କୁ ଜମି ହସ୍ତାନ୍ତର କରିଥିଲେ । କଟକରେ ଏମ୍ସ ପ୍ଲସ ଭଳି ଓଡିଶାର ସାଧାରଣ ଲୋକଙ୍କୁ ଚିକିତ୍ସା ମିଳିପାରିଲେ ଏହା କଟକ ବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହେବ ଏହା ସହିତ କଟକର ଯୁବପିଢୀଙ୍କ ନିମନ୍ତେ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଅତି ଦୁର୍ଭାଗ୍ୟପୂର୍ଣ୍ଣ କଥା ଏସସିବି ମେଡିକାଲ କଲେଜରେ ବିପୁଳ ସଂଖ୍ୟାରେ କର୍ମନିଯୁକ୍ତି ବିଗତ ଦିନରେ ହୋଇଥିବା ବେଳେ କଟକର ସ୍ଥାନୀୟ ଯୁବପିଢୀଙ୍କୁ ନିଯୁକ୍ତି ପ୍ରଦାନ ନ କରି ବାହାର ଜିଲ୍ଲାର ପିଲାଙ୍କୁ ନିଯୁକ୍ତି କରାଯାଉଛି।

ଆଗାମୀ ଦିନରେ ସ୍ଥାନୀୟ ବେକାର ଯୁବପିଢୀ କୈାଣସି ପ୍ରକାର ଅସାମାଜିକ କାର୍ଯ୍ୟକଳାପରେ ଯେପରି ସାମିଲ ନ ହୁଅନ୍ତୁ ତା ପୂର୍ବରୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଭୋକାଲ ଫର ଲୋକାଲ କାର୍ଯ୍ୟକ୍ରମ ଜରିଆରେ କଟକ ସହରର ଯୁବପିଢୀଙ୍କ ଦକ୍ଷତା ଅନୁସାରେ କର୍ମନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଦାବି କରାଯାଇଥିଲା। ଏଡିଏମ ଶ୍ରୀଯୁକ୍ତ ଅଭିନାଶ ରାଉତ ମଧ୍ୟ ଆଶ୍ଵାସନା ଦେଇଛନ୍ତି ସ୍ଥାନୀୟ ଯୁବପିଢୀଙ୍କୁ ପ୍ରାଥମିକତା ଓ ଦକ୍ଷତା ଅନୁସାରେ କର୍ମନିଯୁକ୍ତି ପାଇଁ ସେ ଯତ୍ନବାନ ହେବେ । ‌ଆଗାମୀ ଦିନରେ ଯଦି ସ୍ଥାନୀୟ ଯୁବପିଢୀଙ୍କୁ କର୍ମନିଯୁକ୍ତିର ସୁଯୋଗ ନ ମିଳିଲେ ସୁଭାଷ ସଂଗଠନ ପକ୍ଷରୁ ପ୍ରତିବାଦକୁ ତୀବ୍ର କରାଯିବ ।

ଦାବିପତ୍ର ପ୍ରଦାନ କରିବା ସମୟରେ ସୁରେଶ ମହାନ୍ତି, ସୁନିଲ ଦ୍ଵିବେଦୀ, ବାପୁଜୀ କର, ରାକେଶ ବସ୍ତିଆ, ଜ୍ଞାନ ରଞ୍ଜନ ଦାସ, ଅନ୍ନଦା ପ୍ରସାଦ ଦାସ, ଏନ୍ ଫଗୁଆ, ପୂର୍ଣ୍ଣମାସୀ ମହାପାତ୍ର, ଅନିତା ମହାରଣା, ପି. ଶ୍ରୀନିବାସ ରେଡ୍ଡୀ, ଉମେଶ କୁମାର ବାରିକ, ମନୋଜ କୁମାର ଦାସ, ଦୀପକ୍ ବଳ, ସାଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ବରଗଡ଼-ଦେବାହାଲ ରେଳ ଲାଇନ କଡରୁ ଅଜଣା ଯୁବକଙ୍କ ମୃତ ଦେହଉଦ୍ଧାର

Fri Dec 13 , 2024
ବରଗଡ଼-୧୩/୧୨(ନବୀନ କୁମାର ଦାଶ):ବରଗଡ଼-ସମ୍ବଲପୁର ରେଲ ୱେ ଲାଇନ ଅତାବିରା ଥାନା ଅନ୍ତର୍ଗତ ଦେବାହାଲ ନିକଟ ୮କେସ୍ ନଂ ୬୦୧/ ୨୩/୨୫, ପାଖରେ ପାଖାପାଖି ୫ଫୁଟ ୧ଇଞ୍ଚ ଉଚ୍ଚତା ଗୌରବର୍ଣ୍ଣ ୨୫ ରୁ ୩୦ ବର୍ଷ ବୟସ ର ଏକ ଅଜଣା ଯୁବକ ର ମୃତ ଦେହ ଟ୍ରେନ ରେ କଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା।ଏହି ଖବର ପାଇ ସମ୍ବଲପୁର ରେଲୱେ ପୋଲିସ ଏ ଏସ ଆଇ ଜୋସ୍ନା […]

You May Like

Pin It on Pinterest