
ବାସ୍ତବବ୍ୟୁରୋ: ନିଶା କବଳରେ ଯୁବପୀଢି। ନଷ୍ଟ ହେଉଛି ଭବିଷ୍ୟତ। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି ନିଶାରେ ବୁଡିବା ଅର୍ଥ କୁଲ୍ ନୁହେଁ। ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏଥିପାଇଁ ଅବିଭାବକ, ସମାଜ ଓ ସରକାରୀ ଏଜେନ୍ସିକୁ ଚେଷ୍ଟା କରିବା ଉଚିତ। ଯୁବପୀଢିଙ୍କୁ ଏଥିରୁ ବାହାର କରିବା ଦରକାର। ନଚେତ ପରିଣାମ ଖୁବ୍ ଭୟଙ୍କର ହୋଇପାରେ। କୋର୍ଟ କହିଛନ୍ତି ନିଶାରେ ବୁଡିବା ଅର୍ଥ କୁଲ୍ ନୁହେଁ।
ବର୍ତ୍ତମାନ ଯୁବପୀଢି ନିଜ ପାଠପଢା ହେଉ କିମ୍ବା ଅନ୍ୟ କୌଣସି ଟେନସନ୍ରୁ ମୁକ୍ତି ପାଇଁ ନିଶାର ସାହାରା ନେଉଛନ୍ତି। ତେବେ ଏହା ସମ୍ୟାର ସମାଧାନ ନୁହେଁ। ସେମାନେ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏଥିପାଇଁ ବାପା-ମାଙ୍କଠାରୁ ନେଇ ସମାଜ ଓ ସରକାରୀ ଏଜେନ୍ସି ତତ୍ପର ରହିବା ଦରକାର। ଏଭଳି କିଛି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୋମବାର ଏକ ଡ୍ରଗ୍ସ ତସ୍କରୀ ମାମଲାର ଶୁଣାଣି କରି ଏହି ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ ଏନ୍ କୋଟେଶ୍ବର ସିଂହ ଡ୍ରଗ୍ସ ତସ୍କରୀ ମାମଲାର ଶୁଣାଣି କରିଛନ୍ତି।
ଜଷ୍ଟିସ୍ ନାଗରତ୍ନା କହିଛନ୍ତି ନିଶା ଆର୍ଥିକ ଓ ମାନସିକ ସ୍ତରରେ ଯୁବପିଢୀଙ୍କୁ ପ୍ରଭାବିତ କରିଛି। ଏଥିରୁ ତାଙ୍କୁ ରକ୍ଷା ପାଇଁ ପାଇଁ ପରିବାର, ସମାଜ ଓ ସରକାରୀ ଏଜେନ୍ସିର ଯୋଗଦାନ ରହିବା ଦରକାର। କିଛି ଗାଇଡ୍ ଲାଇନ୍ସ ମଧ୍ୟ ରଖିବା ଉଚିତ। ଏହା ଅନୁସାରେ, ଆକ୍ସନ ନିଆଯାଇ ଯୁବପୀଢି ସୁରକ୍ଷା ଦିଆଯାଉ। ଡ୍ରଗ୍ସ ତସ୍କରୀରୁ ଆୟ ହେଉଥିବା ଅର୍ଥ ଦ୍ବାରା ଦେଶର ଶତ୍ରୁ ଶକ୍ତିଶାଳୀ ହେଉଛନ୍ତି। ଏହି ଟଙ୍କା ସେମାନେ ଆତଙ୍କବାଦ ସୃଷ୍ଟି କରିବାରେ ବ୍ୟବହାର କରୁଛନ୍ତି। କୁସଙ୍ଗରେ ପଢି ଯୁବପୀଢି ଆଜି ଦିଗହୀନ ହୋଇଛି। ତେଣୁ ଏହାକୁ ମୁକାବିଲା ପାଇଁ ଏବେଠୁ ପଦକ୍ଷେପ ନେବା ଦରକାର।