ବ୍ୟାଙ୍କ ଧର୍ମଘଟ ଡାକରା

ବାସ୍ତବ ବ୍ୟୁରୋ:ବିଭିନ୍ନ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ମାର୍ଚ୍ଚ ୨୪ଏବଂ ୨୫ ତାରିଖ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି। ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀ କରି ୟୁଏଫବିୟୁ ଓଡ଼ିଶା ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  । 

ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ୫ ଦିନିଆ କାର୍ଯ୍ୟ ସପ୍ତାହ, ପିଏଲଆଇ ନେଇ ଡିଏଫଏସଙ୍କ ନିର୍ଦ୍ଦେଶାବଳୀ ପ୍ରତ୍ୟାହାର, ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦବୀ ପୂରଣ, ଗ୍ରାଚୁଇଟି ଆଇନରେ ସଂଶୋଧନ, ଆଇଡିବିଆଇ ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା ଭଳି ୯ଟି ଦାବୀ ନେଇ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇବେ। 

ଧର୍ମଘଟ ପୂର୍ବରୁ ମାର୍ଚ୍ଚ ୨୨ ଓ ୨୩ ତାରିଖ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ ବୋଲି ୟୁଏଫବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ କୁମାର ବିଷୋୟୀ ସୂଚନା ପ୍ରଦାନ କରିଛନ୍ତି।

ଅସୁବିଧା ଏଡାଇବା ପାଇଁ ସମୟ ଥାଉ ଗ୍ରାହକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ କାରବାର ସାରିବାକୁ ଅନୁରୋଧ କରାଯାଉଛି।

ସେୟାର କରନ୍ତୁ

Next Post

ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଡା.ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥୀବ ଶରୀର....

Mon Mar 17 , 2025
ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ବିଚାର ପରିବାର, ସାମାଜିକ ସଂଗଠନ ସମେତ ସହସ୍ରାଧିକ ସମର୍ଥକ ଜଣାଇଲେ ଶ୍ରଦ୍ଧାଞ୍ଜଳୀ ବାସ୍ତବବ୍ୟୁରୋ(ଭୁବନେଶ୍ୱର)୧୭/୦୩: ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।ତାଙ୍କ ବିୟୋଗରେ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି । ରାଜ୍ୟ […]

You May Like

Breaking News

Pin It on Pinterest