ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହା ସଂଘ ସାଧାରଣ ସଭାରେ ବରଗଡ଼ ଜିଲ୍ଲାର ଯୋଗଦାନ…

ବରଗଡ଼(ନବୀନ କୁମାର ଦାଶ): ସୁନ୍ଦରଗଡ଼ ର ବିକାଶ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲାକୁ ନେଇ ମହାସଂଘ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେମହାସଂଘ ସଭାପତି ପ୍ର :ଟହଲୁ ସାହୁ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ତନୟା ମିଶ୍ର, ସମ୍ମାନୀତ ଅତିଥି ଭାବେ ଶ୍ରୀ ସୁରଞ୍ଜନ କୁମାର ସାହୁ, ବରିଷ୍ଠ ପ୍ରଶାସକ, ମହାସଚିବ ଶ୍ରୀ ନାରାୟଣ ନାୟକ, କୋଷାଧକ୍ଷ ଶ୍ରୀ କେଦାର ମିଶ୍ର ଓ ସୁନ୍ଦରଗଡ଼ ସଂଗଠନ ର ଶ୍ରୀ ଗୁଣନିଧି ମହାନ୍ତି, ଓ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଉଭୟ ସଭ।ପତି ମଞ୍ଚାସିନ ହୋଇଥିଲେ । ଶ୍ରୀ ପିଣ୍ଟୁ ଦତ୍ତ ସଭା କୁ ସଂଯୋଜନା କରି ଥିଲେ ।
୧୧ ଜିଲ୍ଲା ରୁ ଉପସ୍ଥିତ ସଦସ୍ୟ /ସଦସ୍ୟା ମଧ୍ୟରେ ମହାସଂଘ ର ଉପସଭାପତି ଶ୍ରୀ ସଦାନନ୍ଦ ସନବର୍ଷା, ଶ୍ରୀ ପ୍ରଫୁଲ୍ଲ ହୋତା, ଶ୍ରୀ ପ୍ରଭାକର ମିଶ୍ର ଏବଂ ଉପଦେଷ୍ଟା ଶ୍ରୀ ଅମୁଲ୍ୟ ପତି, ଶ୍ରୀ ବାଳଗୋବିନ୍ଦ ମିଶ୍ର, ଓ ଶ୍ରୀ ଅଖିଳ ଚଦ୍ର ମହାପାତ୍ର ବରିଷ୍ଠ ନାଗରିକ ଙ୍କ ସମସ୍ୟା ଉପରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ମହାସଂଘ କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଜ଼ିଲ୍ଲା ରୁ ସଭାପତି ଓ ସମ୍ପାଦକ ମାନେ ନିଜ ଜ଼ିଲ୍ଲା ର ବରିଷ୍ଠ ଙ୍କ ଅସୁବିଧା ଉତ୍ଥାପନ କରି , ଆୟୁଷ୍ମାନ ଯୋଜନ।. କୁ ୮୦ ବର୍ଷ ବୟସ ପରିବର୍ତ୍ତେ ୬୦ବର୍ଷ ରୁ ଆରମ୍ଭ କରିବାକୁ , ୮୦ ବର୍ଷ ବୟସ୍କ ଙ୍କ ଭତ୍ତା ଟ୩୫୦୦ ଙ୍କା ତୁରନ୍ତ ପ୍ରଦାନ କରିବାକୁ, ରେଳ ରିହାତି ପୁନଃ ଚାଲୁ କରିବାକୁ, ସମସ୍ତ ଜିଲ୍ଲା, ବ୍ଲକ, ନଗରନିଗମ ରେ ବରିଷ୍ଠ ସଂଘ କୁ ଜମି /ଘର ଯୋଗାଇ ଦେବା କୁ ଦୃଢ ଦାବୀ ଉପସ୍ଥାପନ କରି ବରଗଡ଼ ରୁ ଶ୍ରୀ ପ୍ରମୋଦ ଝାଙ୍କର, ଗୋବିନ୍ଦ ଦାଶ, ସମ୍ବଲପୁର ରୁ ଶ୍ରୀ ନନ୍ଦଲାଲ ଦେବତା, ଅତାବିରା ରୁ ଶ୍ରୀ ଭରତ ପଧାନ, ଅମ୍ବାଭୋନା ରୁ ଶ୍ରୀ ମହେନ୍ଦ୍ର ଭୋଇ,ଭଟିଲି ରୁ ଶ୍ରୀ ମୋତିଲାଲ ବଞଛୋର, ଦେବଗଡ଼ ରୁ ଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ବୌଦ୍ଧ ରୁ ଶ୍ରୀ ଶିବ ପ୍ରସାଦ ମିଶ୍ର ପ୍ରମୁଖ ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ ।

ମହାସଂଘ ତରଫରୁ ସୁନ୍ଦରଗଡ଼ ର ଶ୍ରୀ ବିହାରିଲାଲ ପଟେଲ ଙ୍କୁ ବରିଷ୍ଠ ନାଗରିକ କୃଷି ସମ୍ମାନ ୨୦୨୫ ଓ ବରଗଡ଼ ରୁ ସମାଜ ସେବୀକା ଶ୍ରୀମତୀ ସଂଘମିତ୍ରା ପଟେଲ ଙ୍କୁ ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ଶ୍ମଶାନ ମିତ୍ର ସମ୍ମାନ ୨୦୨୫ ପ୍ରଦାନ କରଯାଇ ଥିଲା।
ବରଗଡ଼ ଜିଲ୍ଲା ରୁ ଉପସଭାପତି ନିର୍ମଳ କିଶୋର କର, କୋଷାଧ୍ୟକ୍ଷ ପ୍ରଶନ୍ନ ପ୍ରଧାନ, ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ସ୍ବାଧିନ ମହାରଣା, ଦେବୀ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ,ବିମଳ କୃଷ୍ଣ ମିଶ୍ର, ରମାକାନ୍ତ ସାହୁ,ଓ ଆହୁରି ଅନେକ ଯୋଗଦେଇ ନିଜ ନିଜର ମତାମତ ପ୍ରତିପାଦନ କରିଥିଲେ ।
ଶେଷରେ ଧନେଶ୍ୱର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
———×××——–

ସେୟାର କରନ୍ତୁ

Next Post

ବରଗଡ଼ ସବ ଜେଲରେ ଇସ୍କନ ପକ୍ଷରୁ ସଂସ୍କାର କାର୍ଯ୍ୟକ୍ରମ...

Sun Apr 20 , 2025
ବରଗଡ଼(ନବୀନ କୁମାର ଦାଶ): ଶନିବାର ଦିନ ସ୍ଥାନୀୟ ସବ ଜେଲରେ ଜେଲର ସଲମାନ୍ କୁଜୁର ଙ୍କ ଅଧ୍ୟକ୍ଷତାରେ ବରଗଡ ଇସ୍କନ୍ ତରଫରୁ ଅନ୍ତେବାସୀ ମାନଙ୍କ ନିମନ୍ତେ ଏକ ସଂସ୍କାର ମୂଳକ କାର୍ଯକ୍ରମ ଆୟୋଜିତ ହୋଇଯାଇଥିଲା। ଏହି କାର୍ଯକ୍ରମ ରେ ଇସ୍କନ୍ ର ଅଧକ୍ଷ ପୂଜ୍ୟପାଦ ରସରାଜ ରାଧିକେଶ ଦାସ କୃଷ୍ଣ କଥା ପ୍ରବଚନ କରିଥିବା ବେଳେ ଶ୍ରୀ ଅଭିଜିତ କୃଷ୍ଣ ଦାସ ପରିଚାଳନା କରିଥିଲେ । ଏହା ସହିତ ପୂଜ୍ୟପାଦ […]

You May Like

Pin It on Pinterest