
କଟକ(ସଂଜୟ ଶତପଥୀ)ତା୨୭।୦୪ : ମହାନଦୀବିହାର ଡେଭଲପମଂଟ୍ ଆସୋସିଏସନ୍ (ଏମଡିଏ) ଆନୁକୁଲ୍ୟରେ ମହାନଦୀବିହାର ପେନସନର୍ସ ଆସୋସିଏସନର, ବରିଷ୍ଠ ନାଗରିକ ମଂଚ ଏବଂ ମହିଳା ସମିତିର ମିଳିତ ସହଯୋଗରେ ମହାନଦୀବିହାର ସ୍ଥିତ ମହାନଦୀଭବନ ପରିସରରେ
ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ମେଡ଼ିସିନ, ଗ୍ୟାଷ୍ଟ୍ରୋ, ଜେରିଆଟିକ, ଚର୍ମ, କାର୍ଡିଓଲୋଜି, ଦାନ୍ତ, ସ୍ଥିପିଂ ଡିଜଅର୍ଡର, ପେଡିଆଟିକ, ଅର୍ଥୋପେଡିକ ଆଦି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ରୋଗର ବିଭିନ୍ନ ଦିଗ ଉପରେ ପରାମର୍ଶ ପ୍ରଦାନ କରିଥିଲେ । ଏଥିସହିତ ସମ ଅଲ୍ଟିମା ପକ୍ଷରୁ ବୋନ ଡେନ୍ସିଟି, କିଓରୱେଲ ପକ୍ଷରୁ ବିପି, ଆରବିଏସ ଏବଂ କିଶୋର ଡ଼ାଇଗୋଷ୍ଟିକ୍ ପକ୍ଷରୁ ଇସିଜି ଆଦି ପରୀକ୍ଷା ବିନା ମୂଲ୍ୟରେ କରାଯାଇଥିଲା ।
ଏହି ନିଶୁଳ୍କ ଶିବିରଟି ଏମଡିଏ, ବରିଷ୍ଠ ନାଗରିକ ମଂଚ, ପେନସନରର୍ସ ଆସୋସିଏସନ ଏବଂ ମହିଳା ସମିତିର ସମସ୍ତ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଏହା ପରିଚାଳିତ ହୋଇଥିବା ବେଳେ ଏକ ହଜାରେରୁ ଉର୍ଦ୍ଧ୍ବ ଲୋକମାନେ ଏହି ଶିବିରରେ ଯୋଗଦେଇ ଡାକ୍ତରଙ୍କ ସଙ୍ଗେ ବିଭିନ୍ନ ରୋଗ ବିଷୟରେ ପରାମର୍ଶ କରିଥିଲେ । ଏଥ୍ସହିତ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ସରକାର ଜାରି କରିଥିବା ୭୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କ ପାଇଁ ଆୟୁସ୍ନାନ ବୟୋ ବନ୍ଦନା କାର୍ଡ ପି କେ ନନ୍ଦିଙ୍କ ଜନସେବା କେନ୍ଦ୍ର ସହାୟତାରେ ଏହାର ଆୟୋଜନ କରାଯାଇଥିଲା ।
ଅଂଚଳର ବହୁ ଜନସାଧାରଣ ଏହାର ସୁବିଧା ନେଇଥିବା ବେଳେ ଅବଶିଷ୍ଟ ଲୋକ ମାନେ ଆସନ୍ତା କାଲି ସକାଳ ୮ ଘଟିକାରେ ପହଂଚି ଏହାର ସୁବିଧା ହାସଲ କରିବା ପାଇଁ ଏମଡିଏ ପକ୍ଷରୁ କୁହାଯାଇଛି । ଏହି ଶିବିରରେ ଅତିଥି ଭାବେ ଚୌଦ୍ଵାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ ପ୍ରମୁଖ ଯୋଗଦେଇ ବିଶାଳ ସ୍ଵାସ୍ଥ୍ୟ ଶିବିରକୁ ଆୟୋଜନ କରିଥିବା ସମସ୍ତ ଅନୁଷ୍ଠାନର କର୍ମକର୍ତାଙ୍କୁ ପ୍ରଶଂସା କରିବା ସହ ସାଧୁବାଦ୍ଜ ଣାଇଥିବା ବେଳେ ସିଏମସି ଡେପୁଟି କମିଶନର ଅଶୋକ କୁମାର ଲେଙ୍କା ଆୟୁସ୍ନାନ ବୟୋ ବନ୍ଦନା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।



