
ବରଗଡ଼୦୨.୦୫.୨୦୨୫(ନବୀନ କୁମାର ଦାଶ):ଜେ. ସି. ଆଇ. ଅତାବିରା ଦ୍ଵାରା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ଆଜି ଠାରୁ ସାତଦିନିଆ ସ୍କେଟିଂ କର୍ମଶାଳା ପ୍ରାରମ୍ଭ ହେବାକୁ ଯାଉଛି | ଅନ୍ତର୍ଜାତୀୟ ପ୍ରଶିକ୍ଷକ ମହାରାଷ୍ଟ୍ର ନିବାସୀ ରବୀନ୍ଦ୍ର ମିଶାଲ ଏବଂ ତାଙ୍କ ସହାୟକ ଏହି ତାଲିମ ଶିବିରରେ ଚାରି ବର୍ଷ ବୟସ ସୀମାରୁ ଉର୍ଦ୍ଧ୍ୱ ବୟସର ପୁଅ ଝିଅ ଙ୍କୁ ତାଲିମ୍ ଦେବେ ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ସମିତ ପ୍ରଧାନ ସୂଚନା ଦେଇଛନ୍ତି ୲
ଏହି କର୍ମଶାଳାରେ ୫୦ ରୁ ଉର୍ଦ୍ଧ୍ୱ ସଭ୍ୟ ପଞ୍ଜୀକୃତ ହୋଇଥିବା ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର ସୂଚନା ଦେଇ ଛନ୍ତି ୲ଏହି ସାତ ଦିନରେ କ୍ୟାରିୟର୍ କାଉନସେଲିଂ,ବକ୍ତୃତା ତାଲିମ,ସ୍କେଚ୍ ଅନ୍ ସ୍କେଟ ଭଳି ଅନେକ ଶିକ୍ଷଣିୟ କାର୍ଯ୍ୟକ୍ରମ ହେବାକୁ ଯାଉଛି।ଶେଷ ଦିନ ହୀରାକୁଦ ଡାଇକ ଅଞ୍ଚଳରେ ସାମୁହିକ ସ୍କେଟିଂ ହେବ ବୋଲି ପ୍ରୋଜେକ୍ଟ ସଂଚାଳିକା ନୀତୁ ଅଗ୍ରୱାଲଙ୍କ ଦ୍ଵାରା ପ୍ରକାଶ।