ଲାଦେର ପାଲି ଛକ ରେ ସଡ଼କ ଦୁର୍ଘଟଣା ଜଣେ ମୃତ ଦୁଇ ଆହତ….

ବରଗଡ଼୦୮.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେର ପାଲି ଛକ ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ତିନି ଯୁବକ ଏକ ବାଇକ୍ ପ୍ଲାଟିନା ନଂ-ଓଡି ୧୭ ଏସି ୯୭୮୧ ରାଜରାସ୍ତା ରେ ଯିବା ସମୟରେ ବରଗଡ଼-ସମ୍ବଲପୁର ୱେ ସମ୍ବଲପୁର ଅଭିମୁଖେ ଏକ ଦୃତ ଗାମୀ ଅଜଣା ଟ୍ରକ୍ ରେ ପାଖାପାଖି ସକାଳ ସାଢେ଼ ୬ଘଣ୍ଟା ସମୟରେ ଜୋର୍ ଧକ୍କା ହୋଇ ଟ୍ରକ୍ ଟି ଚମ୍ପଟ ମାରିଥିବା ବେଳେ ବାଇକ୍ ସହ ବାଇକ୍ ରେ ଥିବା ତିନି ଜଣ ଯୁବକ ଛିଟିକି ପଡ଼ିଥିଲେ।

ସେମାନଙ୍କ ମଧ୍ୟରୁ ବାଇକ୍ ରେ ବସିଥିବା ନାବାଳକ ସିଲେଟ ର ରଞ୍ଜିତ ମୀରିଗ୍ ଘଟଣା ସ୍ଥଳରେ ଟଳି ପଡ଼ିଥିବା ବେଳେ ଅନ୍ୟ ଯୁବକ ବଲାଙ୍ଗୀର ଜିଲ୍ଲା ବେଲ ପଡ଼ା ଗ୍ରାମର ବାଇକ୍ ଚାଳକ ରାଜେଶ୍ ସତନାମି(୧୮) ଓ ସିଂହପାଲି ର ନାବାଳକ ରଞ୍ଜନ ମେହେର ସାମାନ୍ୟ ଆହତ ଥିବା ପୋଲିସ ସୂତ୍ରରୁ ଜଣା ପଡିଛି।ବିଶ୍ଵସ୍ତ ସୂତରୁ ଜଣା ପଡ଼ୁଛି ଯେ ବେଲ ପଡ଼ା ଗ୍ରାମର ରାଜେଶ୍ ସିଂହପାଲି ଗ୍ରାମର ନିଜ ଭିଣେଇ ଘରକୁ ବିବାହ ଘର ଉତ୍ସବ କୁ ଆସିଥିବାବେଳେ ସେଠାରୁ ଦୁଇ ଜଣ ଯୁବକ ଙ୍କ ସହ ମିଶି ଭିଣେଇ କୁ ଗାଡ଼ି ଚାବି ମାଗି ଅତାବିରା କୁ ଯିବା ପାଇଁ କହି ଏଭଳି ଦୁର୍ଘଟଣା ର ଶିକାର ହୋଇ ଥିବା ଜଣା ପଡ଼ିଛି।

ଘଟଣା ସ୍ଥଳରେ ଖବର ପାଇ ଅତାବିରା ପୋଲିସ ସଦଳ ବଲେ ପହଞ୍ଚି ଟଳି ପଡ଼ିଥିବା ଯୁବକ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତର ଖାନା କୁ ପଠାଇ ଆହତ ଦ୍ବୟ ଙ୍କୁ ପ୍ରାରମ୍ଭିକ ଚିକିତ୍ସା ପାଇଁ ଡାକ୍ତର ଖାନା କୁ ପଠାଇ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ଅତାବିରା ପୋଲିସ ଅଧିକାରୀ ପ୍ରକାଶ କର୍ଣ୍ଣ ଙ୍କ ପକ୍ଷରୁ ଜଣା ପଡ଼ିଛି।

ସେୟାର କରନ୍ତୁ

Next Post

ଟାଟା ପାୱାର ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର...

Thu May 8 , 2025
ବରଗଡ଼୦୮/୦୫/୨୫(ନବୀନ କୁମାର ଦାଶ):ବିଶ୍ବ ରେଡ କ୍ରସ ଡେ ଅବସର ରେ ଟାଟା ପାୱାର ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଟାଟା ପାୱାର ର ସୁରେନ୍ଦ୍ର ହୋତା ଏସ ଇ,ବିଭୂତି ଭୂଷଣ ଶତପଥୀ ଇ ଇ,ସି ଏସ ଆର ମୁଖ୍ୟ ଅରୁଣା ମାରାଣ୍ଡି ପ୍ରମୂଖ ମୁଖ୍ୟ […]

You May Like

Pin It on Pinterest